ମଧୁସୂଦନ ବାବାଙ୍କ ଆବିର୍ଭାବ ଦିବସ ପାଳିତ

ନିମାପଡ଼ା,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ସ୍ଥିତ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର (ନୂଆ ମଠ)ର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଦାସଙ୍କ ୧୦୫ ତମ ଶୁଭ ଆବିର୍ଭାବ ଦିବସ ମଠ ପରିସର ସମେତ ଅନ୍ୟ ଶାଖା ମଠ ଓ ବାବାଙ୍କ ଜନ୍ମ ସ୍ଥାନ ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇ ଯାଇଛି। ମୁଖ୍ୟ ଆଶ୍ରମ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ଠାରେ ବୁଧବାର ପ୍ରାତଃରୁ ବାବାଙ୍କ ଆବିର୍ଭାବ ଦିବସ ପାଳିତ ହୋଇଥିଲା। ବାବାଙ୍କ ପ୍ରତିମୂର୍ତ୍ତି ନିକଟରେ ମଙ୍ଗଳ ଆଳତି, ଅବକାଶ ପାଠ ପରେ ଶ୍ରୀ ଗୁରୁଦେବଙ୍କ ଆସନ ମନ୍ଦିରରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ତ୍ଵାବଧାନରେ ବାବାଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା। ବାବାଙ୍କ ମୂର୍ତ୍ତି ଓ ପାଦୁକାକୁ ମହିଳା ମାନେ ବନ୍ଦାପନା କରିବା ସହିତ ବିଭିନ୍ନ ପ୍ରକାର ପିଠା ପଣା ଭୋଗ ଲାଗି ହୋଇଥିଲା। ଓଁ କୃଷ୍ଣ ମଧୁସୂଦନ, ବାସୁଦେବ ଜନାର୍ଦ୍ଦନ ମନ୍ତ୍ରରେ ସାରା ଆଶ୍ରମ ପରିସର ପ୍ରକମ୍ପିତ ହୋଇ ଉଠିଥିଲା। କୁନି କୁନି ପିଲା ମାନଙ୍କ ଦ୍ଵାରା ବାବାଙ୍କ ବାଲ୍ୟ ଲୀଳା ପ୍ରଦର୍ଶନ କରା ଯାଇଥିଲା। ସନ୍ଧ୍ୟାରେ ଶ୍ରୀ ଗୁରୁଦେବଙ୍କୁ ଷୋଡଶ ଉପଚାରରେ ବାବାଜୀ ଅକ୍ଷୟ କୁମାର ଦାସ ପୂଜାର୍ଚ୍ଚନା କରିବାପରେ ବାତ୍ସଲ୍ୟ ମମତା ଭଜନ ଗାନ କରାଯାଇ ଗୁରୁଦେବଙ୍କୁ କ୍ଷୀର ପାନ କରା ଯାଇଥିଲା। ଶେଷରେ ଶ୍ରୀ ଗୁରୁଦେବଙ୍କୁ ସ୍ଵତନ୍ତ୍ର ଭାବେ ନିର୍ମିତ ପୁଷ୍ପ ବିମାନରେ ଉପବେଶନ କରାଯାଇ ବାବାଙ୍କ ଲିଖିତ ଭଜନ ଗାନ କରାଯାଇଥିଲା ଓ ବାବାଙ୍କ ଅଲୌକିକ କାର୍ଯ୍ୟ ସମ୍ପର୍କରେ ଭକ୍ତ ମାନେ ବର୍ଣ୍ଣନା କରିଥିଲେ। ଆଶ୍ରମର ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ଅନୁ ମା, ବିଳାସିନୀ ମା, ଶାନ୍ତି ମା, ବାସନ୍ତୀ ମା, ଡ଼ା. ରତ୍ନାକର ମହାନ୍ତି, ବାବାଜୀ ଦିବାକର ଦାସ, ବାବାଜୀ ବିବେକାନନ୍ଦ ଦାସ, ପୂର୍ନାନନ୍ଦ ଦାସ, ଗବେଷକ ହଂସନାଥ
ସାହୁ ପ୍ରମୁଖ ଉତ୍ସବରେ ଯୋଗ ଦାନ କରିଥିଲେ। ଆଶ୍ରମରେ ପଞ୍ଚୁଆତି ନୀତି, ଷଷ୍ଠୀ ନୀତି ଓ ୨୧ ଦିନରେ ନାମକରଣ ନୀତି ଯଥାବିଧି ପାଳନ ହେବାର କାର୍ଯକ୍ରମ ରହିଛି ବୋଲି ବାବାଙ୍କ ସେବକ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଥିବାବେଳେ ଜଗତସିଂହପୁରର ସ୍ବର୍ଗ ବ୍ରହ୍ମପୁର, କୋଣାର୍କ, ବଲାଙ୍ଗୀରର ପଦ୍ମକ୍ଷେତ୍ର,ବାଲିପାଟଣା, ରାଉତ ନୂଆଗାଁ, ଖଣ୍ଡଗିରି, ପୋଦନା, ନାଉଗାଁ, ମୁଗେଇ, ପୁରୀ, ମଙ୍ଗୁଳି, ପିପିଲି,
ଦୁର୍ଗାପୁର ପ୍ରଭୃତି ସ୍ଥାନରେ ରହିଥିବା ବାବାଙ୍କ ସ୍ଥାପିତ ଆଶ୍ରମରେ ମଧ୍ୟ ବାବାଙ୍କ ଆବିର୍ଭାବ ଦିବସ ପାଳିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ