ମଧୂପଲ୍ଲୀ ପଞ୍ଚାୟତ ଗଡଗଡ଼ିଆ ନାଳ ପାଣି ପଞ୍ଚାୟତ ଗଠନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ମଧୂପଲ୍ଲୀ ପଞ୍ଚାୟତର ଗଡଗଡ଼ିଆ ନାଳ ପାଇଁ ପାଣି ପଞ୍ଚାୟତ ଗଠନ ସେପ୍ଟେମ୍ବର ୧୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା କ୍ଷୁଦ୍ର ଜଳସେଚନ ଉପ-ବିଭାଜନ ପକ୍ଷରୁ ଅନୁଷ୍ଠିତ ଗଡଗଡ଼ିଆ ନାଳ ପାଣି ପଞ୍ଚାୟତ ଗଠନ ପାଇଁ ଅନୁଷ୍ଠିତ ବୈଠକରେ ସହ ନିର୍ବାହୀ ଯନ୍ତ୍ରୀ ଇଂ ଏସ. ସାନୁଜ କୁମାର ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ସରପଞ୍ଚ ବସନ୍ତ କୁମାର କରଣ, ସହକାରୀ ଯନ୍ତ୍ରୀ ଇଂ ଶକ୍ତିକାନ୍ତ ଜେନା, ଆଇ.ଆର.ଡି.ଏନ.ଏସ. ର ଶ୍ରୀନିବାସ ରଥ ପ୍ରମୁଖ ଯୋଗଦେଇ ଥିଲେ। ଗଡଗଡ଼ିଆ ନାଳ ପାଣି ପଞ୍ଚାୟତର ସଭାପତି ଭାବେ ଜୟଚନ୍ଦ୍ର ପରିଡା, ସମ୍ପାଦକ ଭାବେ ସଦାଶିବ ବଡୁ ଓ କୋଷାଧ୍ୟକ୍ଷ ଭାବେ ବିଧାନ ଗୌଡ଼ ନିର୍ବାଚିତ ହୋଇଥିଲେ। ବହୁ ଚାଷୀ ଏହି ବୈଠକରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ