୫ କୋଟି ୫୫ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ନିମାପଡ଼ା, (ସନ୍ତୋଷ ଦାଶ):ଶୁକ୍ରବାର ନିମାପଡ଼ା ବିଧାୟକ ସମିର ରଞ୍ଜନ ଦାଶ ନିମାପଡ଼ା ଏନ ଏ ସି ର ୧୧ ନମ୍ବର ୱାର୍ଡ ରେ ୫ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଏ ନ ଏସି ଅଧ୍ୟକ୍ଷା ସସ୍ମିତା ସାହୁ ,ବିଜେଡି ନଗର ସଭାପତି ଜିବନାନନ୍ଦ ମହାପାତ୍ର , ଯୁବ ବିଜେଡି ସଭାପତି ସତ୍ୟଜିତ ଆଚାର୍ଯ୍ୟ ଓ ସମସ୍ତ ୱାର୍ଡ ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।ନିମାପଡ଼ା ଏ ନ ଏସି ର ୫୦ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀ ପ୍ରତାପ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିମାପଡ଼ା ଏ ନ ଏସି ର ପ୍ରଗତି ରଥରେ ସମସ୍ତ ନଗରବାସୀ ସାମିଲ ହେବାକୁ ମତବ୍ୟକ୍ତ କରିଥିଲେ ।ନିମାପଡ଼ା ଏ ନ ଏସି କୁ ଏକ ବିକାଶ ମୁଖି ଏନ ଏ ସି ରେ ପରିଣତ କରିବା ଆମ ପରିଷଦ ର ମୂଳମନ୍ତ୍ର ବୋଲି ଅଧ୍ୟକ୍ଷା କହିଥିଲେ ।ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ ।ସହିଦ ସ୍ମୃତି ସଂସଦ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ସହିଦ ଭବନ ପରିସରରେ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ଙ୍କ ସଂଗ୍ରାମୀ ସଂଗ୍ରହାଳୟ ର ମନ୍ତ୍ରୀ ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ଆଜି ଦ୍ୱିତୀୟ ଦିବସରେ କୃଷି ମନ୍ତ୍ରୀ ରଣେନ୍ଦ୍ରପ୍ରତାପସ୍ଵାଇଁ ,ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ସମିର ରଞ୍ଜନ ଦାଶ , ଏ ନ ଏସି ଅଧ୍ୟକ୍ଷା ସସ୍ମିତା ସାହୁ, ଉପାଧ୍ୟକ୍ଷ ସନ୍ତୋଷ ଦାସ , ଏ ନ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏ ନ ଏସି ରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ସମସ୍ତେ ସହଯୋଗ କରିବା ଉଚିତ୍ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ