ମନ୍ଦରଡା ଗ୍ରାମ ପଂଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ରାସ୍ତା ଦେବା ଲାଗି ଦାବିପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ଅନ୍ତର୍ଗତ ମନ୍ଦରଡା ପଂଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ମନ୍ଦରଡା ପଂଚାୟତ ବାସୀ । ଗତ ୨୦୦୯ ମସିହା ଠାରୁ ଏହି ସ୍କୁଲ ନିର୍ମାଣ ହୋଇଥିଲେ ମଧ୍ୟ ଉକ୍ତ ସ୍କୁଲକୁ ଯିବା ଆସିବା କରିବା ପାଇଁ ଭଲ ରାସ୍ତାଟେ ନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଏଣୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ଜାଗା ଚିହ୍ନଟ ସକାଶେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପଂଚାୟତବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ରଘୁନାଥ ସାହୁ, ଅମୁଲ୍ୟ ସାହୁ, ରାହୁଲ ସାହୁ, ବଳରାମ ସାହୁ, ହୃଷିକେଶ ସାହୁ, ଶମ୍ଭୁନାଥ ସାହୁଙ୍କ ସମେତ ମନ୍ଦରଡା ଓ ଆଙ୍କୁଲି ପଂଚାୟତର ବହୁ ପଂଚାୟତ ବାସୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ