ମଲାଇକା-ଅର୍ଜ୍ଜୁନଙ୍କ କିସ୍ ଫଟୋ ଭାଇରାଲ୍

ମୁମ୍ବାଇ : ୨୦୨୦ବର୍ଷ ଆରମ୍ଭ ହେଉ ହେଉ ମଲାଇକା ଅରୋରା ଅର୍ଜ୍ଜୁନ କପୁରଙ୍କୁ କିସ୍ କରୁଥିବା ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସବୁଠୁ ଖାସ୍ କଥା ହେଉଛି ଏହା ଯେ ଏହା ନିଜେ ମଲାଇକା ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁ ଫ୍ୟାନମାନେ ମଲାଇକା ଏବଂ ଅର୍ଜ୍ଜୁନଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ମଧ୍ୟ ଏହା ଖୁସି ଖବର। ମଲାଇକାଙ୍କ ଏପରି କିସ୍ ଫଟୋ ଅନେକ କଥାକୁ ବୁଝାଉଛି। ପ୍ରଥମ କଥା ହେଉଛି ଏହା ଯେ ଦୁହେଁ ରିଲେସନଶିପରେ ଅଛନ୍ତି ଏବଂ ଉଭୟଙ୍କ ସମ୍ପର୍କ ବନ୍ଧୁତାଠୁ ମଧ୍ୟ ଅଧିକ। ଏହା ପୂର୍ବରୁ ଅର୍ଜ୍ଜୁନ ଏବଂ ମଲାୟିକାଙ୍କ ରିଲେସନଶିପକୁ ନେଇ ଅନେକ କଥା ସାମନାକୁ ଆସିଛି। କିନ୍ତୁ ପ୍ରଥମ ଥର ମଲାୟିକା ସୋସିଆଲ ମିଡିଆରେ ଖୁଲମଖୁଲା ଏପରି ପ୍ରେମର ଖୁଲାସା କରିଛନ୍ତି। ଏହି ଫଟୋକୁ ଘଣ୍ଟାଏ ଭିତରେ ଅଢ଼େଇ ଲକ୍ଷରୁ ଅଧିକ ଥର ଲାଇକ୍ କରାଯାଇଛି। ମଲାଇକା ଫଟୋର କ୍ୟାପସନରେ ଲେଖିଛନ୍ତି ଯେ ‘ ସୂର୍ଯ୍ୟ,ତାରା,ଆଲୋକ,ଖୁସି….୨୦୨୦’। ଫଟୋରେ ଅର୍ଜ୍ଜୁନ କପୁର ଟି-ସାର୍ଟ ପିନ୍ଧି ନଜର ଆସିଛନ୍ତି ଏବଂ ମଲାଇକା ତାଙ୍କ ପଛରେ ଛିଡ଼ା ହୋଇଛନ୍ତି। ସେ ଅର୍ଜ୍ଜୁନଙ୍କ ଗାଲରେ କିସ୍ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ଦେଖି ଲାଗୁଛି ଏହା କୌଣସି ରିସୋର୍ଟରେ ଉଠା ହୋଇଛି। ମଲାଇକାଙ୍କ ପ୍ରଥମ ବିବାହ ସଲମାନ ଖାନଙ୍କ ସାନ ଭାଇ ଅରବାଜ ଖାନଙ୍କ ସହ ୧୯୯୮ରେ ହୋଇଥିଲା। କିନ୍ତୁ ଏହି ବିବାହ ୨୦୧୭ ମସିହାରେ ଭାଙ୍ଗି ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ