ମହଙ୍ଗା ପଡ଼ିଲା ଯୁବକଙ୍କୁ ହାତଗୋଡ଼ ବାନ୍ଧି ନିର୍ଧୁମ ଛେଚିଲେ ମହିଳା ଗୋଷ୍ଠୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସର୍ବସମ୍ମୁଖରେ ମହିଳାଙ୍କୁ ଅସଦାଚରଣ ଓ ଗାଁରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପଡିଲା ମହଙ୍ଗା । ହାତଗୋଡ଼ ବାନ୍ଧି ଯୁବକଙ୍କୁ ନିର୍ଧୁମ୍ ଛେଚିଲେ ମହିଳାଗୋଷ୍ଠି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ତହସିଲଦାର ପହଞ୍ଚି ଲୋକଙ୍କୁ ବହୁ ସମୟଧରି ବୁଝାସୁଝା କରିବା ପରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରଛି ଅଡବା ପୁଲିସ ।ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ପଞ୍ଚାୟତରେ ।ସୂଚନା ପ୍ରକାରେ ଏହି ପଞ୍ଚାୟତ ଅନ୍ତର୍ଗତ କେ. ଲମଡାଙ୍ଗ୍ ଗ୍ରାମର ଯୁବକ ଆନ୍ଦ୍ରିୟ ମାଝୀ ଓ ନରେନ୍ଦ୍ର ମଲ୍ଲିକଙ୍କ ମଧ୍ୟରୁ କୌଣସି ଘଟଣାକୁ ନେଇ କିଛି ଦିନ ତଳେ ଝଗଡା ହୋଇଥିଲା ।ତେଣୁ ନରେନ୍ଦ୍ର ମଲ୍ଲିକ , ଆନ୍ଦ୍ରିୟ ମାଝୀଙ୍କ ନାମରେ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ତେଣୁ ଏହାର ସମାଧାନ ପାଇଁ ତାରିଖ ୨୦/୦୮/୨୨ ରେ ସ୍ଥାନୀୟ ଜନସାଧାରଣଙ୍କ ସହ ଜନପ୍ରତିନିଧି ଥାନାରେ ପହଞ୍ଚି ସମାଧାନ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଆଜି ପୁଣି ସେହି ଘଟଣାର ସମାଧାନ କରିବା ପାଇଁ ଗ୍ରାମପଞ୍ଚାୟତ ଠାରେ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ କରାଯାଇଥିଲା l ତେବେ ଉକ୍ତ ସ୍ଥାନକୁ ଆନ୍ଦ୍ରୀୟ ମାଝୀ ପହଞ୍ଚି ସମସ୍ତଙ୍କୁ ଗାଳି ଗୁଲଜ କରିବା ସହିତ ଗ୍ରାମର ମହିଳା ମାନଙ୍କୁ ଖରାପ ଭାଷାରେ ଗାଳି କରିଥିଲା l ଉପସ୍ଥିତ ଲୋକେ ବାରମ୍ବାର ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ନବୁଝିବା ସହ ପାଚେରୀ ଡେଇଁ ଫେରାର୍ ହେବାକୁ ଚେଷ୍ଟା କରିଥିଲା ।ତେଣୁ ମହିଳା ମାନେ ଉତକ୍ଷିପ୍ତ ହୋଇ ତାକୁ କାବୁ କରିବା ସହ ହାତଗୋଡ଼ ବାନ୍ଧି ନିର୍ଧୁମ ଛେଚି ଥିଲେ l ପରେ ଖବର ପାଈ ଘଟଣା ସ୍ଥଳରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର , ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଏବଂ ତହସିଲଦାର କିଶୋର ଚନ୍ଦ୍ର ଦାସ ପହଞ୍ଚି ଲୋକଙ୍କୁ ବହୁ ସମୟ ଧରି ବୁଝାସୁଝା କରିବା ପରେ ବନ୍ଧା ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ତଦନ୍ତ ପରେ ଆଇନ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ରା.ଉଦୟଗିରି ଏସଡିପିଓ ଏବଂ ତହସିଲଦାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ