ବାବାସାହେବ ଆମ୍ବେଦକର ଡିଗ୍ରୀ କଲେଜରେ ଯୁକ୍ତ ୩ରେ ନାଁଲେଖାଇବାପାଇଁ ସରକାରଙ୍କ ଅନୁମତି ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ଘେରା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଠାରେ ଅବସ୍ତିତ ବାବା ସାହେବ ଆମ୍ବେଦକର ଡିଗ୍ରୀ କଲେଜ। ଏଠାରେ ଅଞ୍ଚଳର ଆଦିବାସୀ ଗରିବ ନିରୀହ ଛାତ୍ରଛାତ୍ରୀ ପାଠ ପଢି ଭବିଷ୍ୟତ ଗଢ଼ୁଛନ୍ତି। କିନ୍ତୁ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ଯଗୁଁ ଅନଲାଇନ ଆବେଦନ ନିମନ୍ତେ ବର୍ଷେ ବନ୍ଦ ପରେ ପୁଣି ଖୋଲିଲା ବାବା ସାହେବ ଆମ୍ବେଦକର ଡିଗ୍ରୀ କଲେଜ। ଆବଶ୍ୟକ ପରିମାଣର ଭିତ୍ତି ଭୂମି ନଥିବା କାରଣରୁ ସରକାରଙ୍କ ନିୟମାନୁଯାୟୀ ରାଜ୍ୟରେ ଅନେକ ଡିଗ୍ରୀ କଲେଜର ୨୦୨୧-୨୨ ଶିକ୍ଷାବର୍ଷରେ ପ୍ରବେଶ ରଦ୍ଧ କରିଥିଲେ ସରକାର । ସେହି ତାଲିକାରୁ ବାଦ୍ ପଡ଼ିନଥିଲା ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ସ୍ଥିତ ବାବା ସାହେବ ଆମ୍ବେଦକର ଡିଗ୍ରୀ କଲେଜ। ଫଳରେ ଅଞ୍ଚଳର +୨ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା। କଲେଜ ଟି ନୂଆଗଡ, ଉଦୟଗିରୀ, ରାୟଗଡ, ଏବଂ ଗୁମ୍ମା ଏହି ଚାରୋଟି ବ୍ଲକର କେନ୍ଦ୍ର ସ୍ଥଳୀ ହୋଇଥିବା ବେଳେ ଆଖ ପାଖରେ କୌଣସି ଡ଼ିଗ୍ରୀ କଲେଜ ନଥିବା କାରଣରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ମାନେ ଏହି କଲେଜ୍ ଉପରେ ନିର୍ଭର କରନ୍ତି। ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠି ଲୋକେ ଚାଷ ଉପରେ ନିର୍ଭର କରନ୍ତି। ଗରିବ ଶ୍ରେଣୀର ଲୋକେ ବସବାସ କରନ୍ତି। ତେଣୁ ନିଜ ପିଲାଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ସହର ପଠାଇବା ସେମାନଙ୍କ ପକ୍ଷରେ ସମ୍ବପର ନୁହେଁ। ତେଣୁ ଅଞ୍ଚଳର ପିତାମାତା ନିଜ ପିଲାଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଏହି କଲେଜ ଉପରେ ନିର୍ଭର କରିଥାନ୍ତି। ଏହି କଲେଜରେ ଗତବର୍ଷ +୩ ପ୍ରଥମ ବର୍ଷ ନିମନ୍ତେ ଅନଲାଇନରେ ଆବେଦନ ନିମନ୍ତେ ବନ୍ଦ ଥିବାରୁ କିଛି ଛାତ୍ରଛତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ଏହି ବର୍ଷ +୩ ପ୍ରଥମ ବର୍ଷର ପ୍ରବେଶକୁ ଅନୁମତି ମିଳିବା ପରେ ଅଞ୍ଚଳର ଛତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଏକ ଖୁସିର ଲହରୀ ଖେଳିଯାଇଛି। ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅଞ୍ଚଳର ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି କମିଟି, ଅଧ୍ୟକ୍ଷ ଏବଂ ଜନପ୍ରତିନିଧି କୃତଜ୍ଞତା ସହ ଧନ୍ୟବାଦ ଜଣାଇ ଛନ୍ତି। ୩୧/୮//୨୨ ପର୍ୟ୍ୟନ୍ତ ଆବେଦନ କରିପାରିବେ ଏବଂ ବର୍ତ୍ତମାନ ସୁଦ୍ଧା ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛତ୍ରୀମାନେ ଆବେଦନ କରିଥିବା କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଲିମା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ