ମହାତ୍ମା ଉଦ୍ଧାବ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଐତିହାସିକ, ଗବେଷକ, ଲେଖକ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ରଚିତ ପୁସ୍ତକ “ମହାତ୍ମା ଉଦ୍ଧବ “ଓ ଶ୍ରୀକୃଷ୍ଣ ଙ୍କ ଜନ୍ମଉତ୍ସବ ଅବସରରେ ନୂତନ ସଭାଗୃହ ସ୍ଥାନୀୟ ଶହୀଦ ନଗର ସ୍ଥିତ ଜୟଦେବ କଂପ୍ଲେକ୍ସ ଠାରେ ଉଦଘାଟନ ହୋଇ ଯାଇଛି.ଡ଼ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତି ତ୍ବ ରେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା, ସ୍ତମ୍ଭକାର ଡ଼ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲି, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ପୋଲିସ ମହାନିର୍ଦେଶକ ଡ଼ ବଟକୃଷ୍ଣ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ଅନ୍ୟତମ ସମ୍ମାନିତ ଅତିଥି ରୂପେ, ପୂଜ୍ୟ ପୂଜା ପ୍ରାଣତଥା ଓଟିଡିସି ର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ମହାନ୍ତି ଯୋଗ ଦେଇ ଭଗବାନ ଶ୍ରୀକୃଷ୍ଣ ଙ୍କ ବିଭିନ୍ନ ଉପଦେଶ ଓ ମହାତ୍ମା ଉଦ୍ଧବ ଙ୍କ ପ୍ରସଙ୍ଗ ଆଜିର ସମସ୍ତ ବ୍ୟକ୍ତି ବିଶେଷ ଙ୍କ ପାଇଁ ବହୁ ପ୍ରାସଙ୍ଗିକତା ବହନ କରେ ବୋଲି ମତବ୍ୟକ୍ତ କରିଥିଲେ.ଉଦ୍ଧବ ଙ୍କ ପରି ଜ୍ଞାନୀ, ଗୁଣୀ ବ୍ୟକ୍ତିତ୍ୱ ଭଗବାନ ଙ୍କୁ ସଠିକ ଭାବେ ଜାଣି ପାରିଥିଲେ.ସମଗ୍ର ମାନବଜାତି ଭଗବାନ ଙ୍କ ବାଣୀ ଓ ଆଦର୍ଶ, ପୂଜ୍ୟପୂଜା, ଅହିଂସାପଥ ରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ.ପ୍ରାରମ୍ଭରେ କୃଷ୍ଣ ଭକ୍ତି ସଂଗୀତ ଗୀତା ମଞ୍ଜରୀ ବେହେରା ଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା.କାର୍ଯ୍ୟକ୍ରମ କୁ ପଦ୍ମ ନାଭ ତ୍ରିପାଠୀ,ମଧୁମିତା ମିଶ୍ର ପ୍ରମୁଖ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ କୃଷ୍ଣ କେଶବ ଆପଟ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.


