ମହାପୁରୁଷ ମହମ୍ମଦଙ୍କ ୧୪୪୫ତମ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା

ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ମହାପୁରୁଷ ମହମ୍ମଦଙ୍କ ୧୪୪୫ତମ ଜନ୍ମଜୟନ୍ତୀ ଉପଲକ୍ଷେ ସମାଜରେ ଶାନ୍ତି, ସଂହତି, ସହବସ୍ତାନ ମାର୍ଗଦର୍ଶନ ପାଇଁ ବାର୍ତ୍ତା ଦେବାପାଇଁ ପାରାଦୀପ ଜାମା ମସଜିଦ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁସଲମାନ ଭାଇମାନେ ମସଜିଦ ପରିସରରେ ସମୂହ ପ୍ରାର୍ଥନା କରି ଏକ ଶାନ୍ତି ଶୋଭାଯାତ୍ରା ବଡପଡିଆସ୍ଥିତ ମସଜିଦ ଠାରୁ ବାହାରି ବ୍ୟାଙ୍କ ଛକ ଦେଇ ମଧୁବନ କବରଖାନା ଠାରେ ପହଞ୍ଚି ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହାପରେ ଶୋଭାଯାତ୍ରା ଶିବମନ୍ଦିର ଛକ ଦେଇ ବଡପଡିଆ ଜାମା ମସଜିଦରେ ପହଁଚି ଥିଲା। ତେବେ ଏହି ଜୟନ୍ତୀ ଉପଲକ୍ଷେ ଆସନ୍ତା ଅକ୍ଟୋବର ୭ ତାରିଖରେ ବଡପଡିଆ ଜାମା ମସଜିଦ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ ତଥା ସ୍ବନାମଧନ୍ୟ ମୌଲାନା, ଶାୟର ମାନେ ଯୋଗ ଦେବାର ବ୍ୟବସ୍ଥା କରାଯାଇ ଥିବା ବେଳେ ପାରାଦୀପର ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ରହିବା ପାଇଁ ସମ୍ମତି ଦେଇଛନ୍ତି। ଏହି ଶୋଭାଯାତ୍ରାର ଜାମା ମସଜିଦ ସଭାପତି ଶେକ୍ ରମଜାନ, ସମ୍ପାଦକ ସୁଫି ଅହମ୍ମଦ ଓ ଅନ୍ୟ କର୍ମକର୍ତ୍ତା ମାନେ ନେତୃତ୍ୱ ନେଇଥିବା ବେଳେ ଆଜାଦ ଭାରତ ମେମୋରିଆଲ ଟ୍ରଷ୍ଟର ସଭାପତି ଅବଦୁଲ ଆବିଦ୍ ଖାନଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ । ଏଥିରେ ଶତାଧିକ ମୁସଲମାନ ଭାଇମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ