ପାରାଦୀପରେ ଦୁଇ ଦିନିଆ ଚକ୍ଷୁ ପରୀକ୍ଷା ଶିବିର ଉଦଯାପିତ

ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ପାରାଦୀପ ସ୍ଥିତ ଭାରତ ପେଟ୍ରୋଲିୟମ ପରିସରରେ ଦୁଇ ଦିନିଆ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି l ପାରାଦୀପ ରୋଟାରୀ କ୍ଲବ ଓ ଭାରତ ପେଟ୍ରୋଲିୟମ ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ଡା. ଅଗ୍ରୱାଲ ହସ୍ପିଟାଲ ର ବିଶେଷଜ୍ଞ ମାନଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇଥିଲା l ଏହି ଶିବିରରେ ପ୍ରାୟ ୩00 ରୁ ଉର୍ଦ୍ଧ ବ୍ୟକ୍ତିଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା l ସେଥିମଧ୍ୟରୁ ୧୨0 ଜଣ ଚକ୍ଷୁ ରୋଗୀଙ୍କ ପାଇଁ ଚଷମାର ବ୍ୟବସ୍ଥା କରାଯାଇଥିଲା l ଏହି ଶିବିରକୁ ପାରାଦୀପ ରୋଟାରୀ କ୍ଲବ ର ସଭାପତି ଅକ୍ଷୟ ଚନ୍ଦ୍ର ମିଶ୍ର, ସମ୍ପାଦକ ଡ଼ଃ. ରବୀନ୍ଦ୍ର ନାଥ ବାରିକ, ଡ଼ଃ. ପ୍ରଶାନ୍ତ ମହାପାତ୍ର, ଡ଼ଃ. କୈଳାଶ ଚନ୍ଦ୍ର ମହାରଣା, କ୍ୟାପଟେନ ପ୍ରେମାନନ୍ଦ ରାଉତ, ରୋଟାରୀଆନ ଦୀପକ ଷଢଙ୍ଗୀ, ବିପ୍ଳବ କୁମାର ଜେନା, ଗଣେଶ୍ୱର ପାତ୍ର, ଭାରତ ପେଟ୍ରୋଲିୟମ ପାରାଦୀପ ଶାଖାର ମୁଖ୍ୟ ଶଙ୍କର ନାରାୟଣ, ପୂର୍ବାଞ୍ଚଳ ମୁଖ୍ୟ କେ. ଶ୍ରୀନିବାସୁଲୁ ଓ ମନୀଷ କୁମାର ପ୍ରମୁଖ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ