ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ବଙ୍ଗଳା ମନ୍ତ୍ରୀ ଙ୍କ ଆଶାଳୀନ ମନ୍ତବ୍ୟ
ନିମାପଡ଼ା, (ସନ୍ତୋଷ ଦାଶ):ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଙ୍ଗଳା ର ଟି ଏମ ସି ମନ୍ତ୍ରୀ ଅଖିଳ ଗିରି ଆଶାଳିନ ମନ୍ତବ୍ୟ ଦେବା ପ୍ରସଙ୍ଗ ରେ ଆଜି ନିମାପଡ଼ା ବିଜେପି ପକ୍ଷରୁ ନିମାପଡ଼ା ଥାନା ରେ ମନ୍ତ୍ରୀ ଅଖିଳ ଗିରି ଙ୍କ ନାମ ରେ ଏତଲା ଦିଆଯିବା ସହିତ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ଉପ ସଭାପତି ପ୍ରଭାତୀ ପରିଡ଼ା, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମିନଲତା ମହାନ୍ତି, ସ୍ଵର୍ଣ୍ଣ ପ୍ରଭା ମାଝି, ସନ୍ଧ୍ୟାରାଣୀ ରଥ, ବୀଣାପାଣି ଷଡ଼ଙ୍ଗୀ, କଳ୍ପନା ଜେନା,ପ୍ରଣୟିନୀ ମିଶ୍ର, ତିଳୋତ୍ତମା ବାରିକ, ସସ୍ମିତା ବାରିକ, ମୀନାକ୍ଷୀ ଦାଶ, ମମତା ସ୍ଵାଇଁ, ମାମିନା ଭୋଇ, ନମିତା ସାହୁ, ଲକିବାଳା ନାୟକ ପ୍ରମୁଖ ଯୋଗଦାନ କରିଥିଲେ।


