ମହିଳାଙ୍କୁ ଆକ୍ରମଣ ଅଭିଯୋଗ
ଭଦ୍ରକ ଜିଲା ତିହିଡ଼ି ଥାନା ବାରୋ ପଞ୍ଚାୟତ ଅଧୀନ ଦହପାଣିଆ ଗ୍ରାମର ନୟନା ମଳିକ ନାମ୍ନୀ ଜଣେ ମହିଳାଙ୍କୁ ରବିବାର ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଏ ସମ୍ପର୍କରେ ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଦହପାଣିଆ ଗ୍ରାମର ଦୀନବନ୍ଧୁ ମଳିକଙ୍କ ସହ ଅନ୍ୟ କେତେକ ଲୋକଙ୍କର ଶତ୍ରୁତା ଥିଲା । ଏହାକୁ ନେଇ ସେହି ଲୋକମାନେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଆକ୍ରମଣରେ ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


