କରୋନାରେ ୩ ଜଣଙ୍କ ମୃତ୍ୟୁ ଖବର ଗୁଜବ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି କହିଛନ୍ତି

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଗତ ୩ ଦିନରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ତେବେ ୩ ଜଣ ନୁହେଁ ଉକ୍ତ ବ୍ଲକରେ ଜଣକର କରୋନାରେ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲେଙ୍ଗେ ସ୍ପଷ୍ଟ କରିଛନ୍ତି। କରୋନାରେ ୩ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି କହିଛନ୍ତି। କେବଳ ଧରାକୋଟ ବ୍ଲକର ଜାହାଡ଼ା ପଞ୍ଚାୟତରେ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା କହିଛନ୍ତି ଜିଲ୍ଲପାଳ।ସେ ହେଉଛନ୍ତି ଧରାକୋଟ ବ୍ଲକ ଉପଧାକ୍ଷ ଭଗବାନ ସ୍ୱାଇଁ ସେ କିଛି ଦିନ ହେବ କରୋନା ଆକ୍ରାନ୍ତ ରେ ପିଡୀତ ହେଇ ଚିକିତ୍ସିତ ହେଉଥିଲେ ଆଜି ତାଙ୍କର ମୃତ୍ୟୁ ହେଇଛି । ସରପଞ୍ଚଙ୍କ ରିପୋର୍ଟ ଆଧାରରେ ପ୍ରଥମେ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ଏନେଇ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ଜାହାଡ଼ା ପଞ୍ଚାୟତରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିଷୟରେ ସରପଞ୍ଚ ଜାଣିନାହାନ୍ତି ।ବିଭାଗୀୟ ସୂତ୍ରରୁ ଯାହା ଘୋଷଣା ହେଉଛି, ତାହା ହିଁ ଠିକ୍। ଅନ୍ୟ ୨ ଜଣଙ୍କ ମୃତ୍ୟୁ ଅନ୍ୟ କିଛି କାରଣରୁ ହୋଇଥାଇପାରେ। ସରପଞ୍ଚମାନଙ୍କୁ ଜଣାଉଛୁ, ସ୍ପଷ୍ଟ ହେଲା ପରେ କିଛି କହନ୍ତୁ। ଏ ନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରିବୁ ବୋଲି ଜିଲ୍ଲାପାଳ କହିଛନ୍ତି।ଜାହାଡ଼ା ପଞ୍ଚାୟତରେ କରୋନା ଦିନକୁ ଦିନ ବେକାବୁ ହେବା ସହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଜାହାଡ଼ା ପଞ୍ଚାୟତକୁ ଆଜିଠାରୁ ୬ ଦିନ ପାଇଁ ଶଟଡାଉନ୍‌ ଘୋଷଣା କଲେ ସରପଞ୍ଚ। ଏହି କଟକଣା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ