ମହିଳାଙ୍କ ଖାଦ୍ୟନଳୀ କାଟିଦେବା ଘଟଣା : କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ମହିଳାଙ୍କ ସ୍ୱାମୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ପୋଟଲାମପୁର ଗ୍ରାମର ମହାଲକ୍ଷ୍ମୀ ନାୟକ ନାମକ ଜଣେ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ତାଙ୍କର ଖାଦ୍ୟନଳୀ କାଟି ଦିଆଯାଇଛି । ମହାଲକ୍ଷ୍ମୀ ବ୍ରହ୍ମପୁର ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିଥିଲେ ସୁଦ୍ଧା ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହାକୁ ନେଇ ବୁଧବାର ମହାଲକ୍ଷ୍ମୀଙ୍କ ସ୍ୱାମୀ ପ୍ରଭାକର ନାୟକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତାଙ୍କୁ ସାକ୍ଷତ କରି ଉପରୋକ୍ତ ବିଷୟରେ ଜଣାଇଥିଲେ । ଏଣୁ ଦାୟିତ୍ୱହୀନ ଭଳି ଅସ୍ତ୍ରୋପଚାର କରିଥିବା ଦୁଇଜଣ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିପୂରଣ ପାଇଁ ପ୍ରଭାକର ଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ । ପୂର୍ବରୁ ଏହି ଘଟଣା ସଂପର୍କରେ ଛତ୍ରପୁର ଥାନାରେ ୨ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାକର ଜିଲ୍ଲାପାଳଙ୍କୁ କହିଥିଲେ । ଅନ୍ୟପକ୍ଷରେ ଆଜି ଏହି ଘଟଣା ପ୍ରସଙ୍ଗରେ ଛତ୍ରପୁର ଥାନା ପୁଲିସ ଜୋରଦାର ଖୋଳତାଡ ଆରମ୍ଭ ହୋଇଛି । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ଓପିଡି ପଞ୍ଜୀକରଣ ତାଲିକା ସହ ସମସ୍ତ ନଥିପତ୍ରକୁ ଯାଞ୍ଚ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହି ସଂକ୍ରାନ୍ତରେ ରିପୋର୍ଟ ମଗାଯାଇଛି । ପିଡିତା ମହାଲକ୍ଷ୍ମୀଙ୍କ ଅଭିଯୋଗ ପରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ମଧ୍ୟ ତଦନ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ