ପରିବାରକୁ ନିଆଁପାଣି ବାଛନ୍ଦ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଟାଙ୍ଗରାତୈଳା ଗ୍ରାମର ବନ୍ଧୁ ଚରଣ ସିୟଙ୍କ ପୁଅ ରାଜେଶ କୁମାର ସିୟ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ତାଙ୍କର ଇଜିମାଇଲି ଘରବାରି ବୃତ୍ତିରେ ତାଙ୍କ ଭୋଗଦଖଲରେ ଥିବା ବେଳେ ତାହାର କୈାଣସି ଭାଗବଣ୍ଟା କିମ୍ବା ସୀମା ନିର୍ଦ୍ଧାରଣ ହୋଇନାହିଁ । ସେଥିପାଇଁ ତାଙ୍କ ପିତା ପଟ୍ଟାମୁଣ୍ଡାଇ ସବଜଜଙ୍କ କୋର୍ଟରେ ସିଏସ ନମ୍ବର- ୧୪୨/୨୦୧୯ ଓ ଆଇଏ ୧୪୫/୨୦୧୯ରେ ଆବେଦନ ଦାଖଲ କରିବା ପରେ କୋର୍ଟ ସେହିଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଉଭୟ ପକ୍ଷଙ୍କୁ ଆଦେଶ ଦେଇଛନ୍ତି । କିନ୍ତୁ ଅପରପକ୍ଷ ଜୋଜବରଦସ୍ତି କୋର୍ଟଙ୍କ ଆଦେଶ ବିରୋଧରେ ସେହି ବିବାଦୀୟ ଜମି ଉପରେ ଆବାସ ଯୋଜନାରେ ଗୃହ ନିର୍ମାଣ କରିବାକୁ ପ୍ରଚେଷ୍ଟା କରୁଥିବା ସମ୍ପର୍କରେ ରାଜେଶ ବର୍ଷେହେବ ରାଜନଗର ତହସିଲଦାର, ବିଡିଓ ଏବଂ ଜିଲ୍ଲାପାଲଙ୍କ ନିକଟରେ ଅଭିଯୋଗ କରିଆସୁଛନ୍ତି । ଅନ୍ୟପକ୍ଷରେ ନ୍ୟାୟ ପାଇବାକୁ ବନ୍ଧୁ କୋର୍ଟରେ କେଶ କରିଥିବାରୁ ଅପରପକ୍ଷଙ୍କ ସହ ମିଶି ଗ୍ରାମର କେତେକ ପ୍ରଭାବଶାଳୀ ଲୋକ ବନ୍ଧୁଙ୍କ ପରିବାରକୁ ଗ୍ରାମରେ ନିଆଁପାଣି ବାଛନ୍ଦ କରିଥିବା ସମ୍ପର୍କରେ ରାଜେଶ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜନଗର ବିଡିଓଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ