ମହେନ୍ଦ୍ରଗିରି ସୁରକ୍ଷା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ସୁରକ୍ଷା ପରିଷଦ ପକ୍ଷରୁ ଏହାର ଉନ୍ନୟନ ପାଇଁ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଦକ୍ଷିଣ ଓଡିଶାର ଗଜପତି ଜିଲ୍ଲାର ମହେନ୍ଦ୍ରାଞ୍ଚଳ ହେଉଛି ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଅଟେ । ଆଜି ଅପରାହ୍ନ ଏକ ଘଣ୍ଟା ସମୟରେ ନବଗଠିତ ମହେନ୍ଦ୍ରଗିରି ସୁରକ୍ଷା ପରିଷଦ ଗଜପତି ପାରଳାଖେମୁଣ୍ଡି ପକ୍ଷରୁ ପରିଷଦର ଉପଦେଷ୍ଠା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଭାପତି ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ଜିଲ୍ଲାପାଳ ଅନୁପମ ସାହାଙ୍କୁ ଭେଟି ପ୍ରଦାନ କରିଛନ୍ତି । ଯେଉଁଥିରେକି ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ସମ୍ପନ୍ନ ମହେନ୍ଦ୍ରଗିରି ପର୍ବତର ସାମଗ୍ରିକ ବିକାଶ ଯଥା ପ୍ରାଚୀନ ମନ୍ଦିର ଗୁଡିକର ରକ୍ଷଣା ବେକ୍ଷଣ ଓ ଜୈବ ମଣ୍ଡଳର ମାନ୍ୟତା ପ୍ରଦାନ କରି ଐଷଧିୟ ବୃକ୍ଷର ସୁରକ୍ଷା ଓ ଜୀବଜନ୍ତୁର ସଂରକ୍ଷଣ ସହ ଭାରତବର୍ଷର ବିଶିଷ୍ଠ ପର୍ଯ୍ୟଟନସ୍ଥଳୀ ରୂପେ ମାନ୍ୟତା ଦେବାପାଇଁ ଜିଲ୍ଲାପାଳ ଶ୍ରୀ ସାହାଙ୍କୁ ପରିଷଦପକ୍ଷରୁ ନିବେଦନ କରାଯାଇଛି । ଏହା ସହିତ ଓଡିଶାର ପ୍ରତ୍ନତ୍ତତ୍ୱ ବିଭାଗ, ଜଙ୍ଗଲ ପରିବେଶ ବିଭାଗ, ସଡକ ଓ ପରିବନ ବିଭାଗ, ରାସ୍ତା ନିର୍ମାଣ ଓ ପୂର୍ତ୍ତ ବିଭାଗ ତଥା କୋଠାବାଡି ବିଭାଗ ମାନଙ୍କୁ ବିହିତ କାଳୀନ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏହି ସ୍ମାରକପତ୍ରରେ ଅବଗତ କରାଯାଇଛି । ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ମହେନ୍ଦ୍ରଗିରିର ସୁରକ୍ଷା ଓ ବିକାଶ ପାଇଁ ପରିଷଦ ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ