ମାଣିତରାରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରାରେ ଜାନୁଆରୀ ୧୫ ତାରିଖ ଦିନ ବିଜୁ କନ୍ୟା ରତ୍ନ ଯୋଜନା ଅନ୍ତର୍ଭୁକ୍ତ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ ଅଙ୍ଗନୱାଡି କେନ୍ଦ୍ର-୧ ରେ ଅନୁଷ୍ଠିତ ହୋଇଯାଇଛି। କନ୍ୟା ସନ୍ତାନକୁ ଅଲୋଡ଼ା ଭାବି ପୁତ୍ର ସନ୍ତାନ ପାଇଁ ବାପା ଓ ମା ଆଶା କରୁଥିବା ବେଳେ ସରକାର କନ୍ୟା ସନ୍ତାନ ପାଇଁ ଆଗ୍ରହ ସୃଷ୍ଟି ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରି ଝିଅ ମାନେ ପୁଅ ମାନଙ୍କ ଭଳି ସମସ୍ତ କାର୍ଯ୍ୟ ପାଇଁ ଯୋଗ୍ୟ ବିବେଚିତ ବୋଲି ସଚେତନତା କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ମାତା ଲକ୍ଷ୍ମୀ ନାୟକ ଓ ପିତା ସୁନୀଲ ନାୟକଙ୍କ କନ୍ୟା ସନ୍ତାନ ଙ୍କୁ ବନ୍ଦାପନା କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଣିତରା ସୁପରଭାଇଜର ସୁକେସିନୀ ରଥ, ୱାର୍ଡ ସଭ୍ୟ ବାସୁଦେବ ପୋଲାଇ, ଆଶା କର୍ମୀ ମମତା ଆପଟ, ଅଙ୍ଗନୱାଡି କର୍ମୀ ଆରତୀ ବେହେରା, ରଶ୍ମିତା ପ୍ରଧାନ ଓ ରଶ୍ମିତା ନାୟକ ଯୋଗ ଦେଇଥିବା ବେଳେ ସହାୟିକା ପ୍ରଭାସିନୀ ଜେନା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ