ମାତୃଶକ୍ତି କେନ୍ଦ୍ରର ପର୍ଯ୍ୟାବରଣ ବିକାଶରେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଏନ୍‌.ସି.ଇ.ଆର.ଟି ପରିଚାଳିତ ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାକୃତିକ ପରିବେଶର ବିକାଶ ତଥା ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟରେ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଆଜି ଦ୍ୱିତୀୟ ପର୍ଯ୍ୟାବରଣର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ବୃକ୍ଷରୋପଣ କରି ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗ୍ରନ୍ଥାଗାରିକ ଡ଼ାକ୍ତର ପୁଷ୍ପଲତା ବେଗି, ପ୍ରଶାସିନକ ଅଧିକାରୀ ଶ୍ରୀମତୀ ଉଷାକପୁର ଓ ତତ୍ତ୍ୱାବଧାରକ ତଥା ପୁରାତନ ଛାତ୍ର ପ୍ରଦୀପ ବେହେରା ସକ୍ର୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନର ସଭାପତି ଦୁର୍ଯ୍ୟୋଧନ ପରିଡ଼ା, ଉପସଭାପତି ଚକ୍ରଧର ଦାଶ, ସମ୍ପାଦକ ରମେଶ ଚନ୍ଦ୍ର ପାତାଳସିଂହ, ଯୁଗ୍ମ ସମ୍ପାଦକ ବିଜୟ କୁମାର ରାଉତ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରିଣୀ ସଭ୍ୟ ଡ଼କ୍ଟର ହାଡ଼ିବନ୍ଧୁ ପଟ୍ଟନାୟକ, ଡ଼କ୍ଟର ଦେବୀ ପ୍ରସନ୍ନ ମିଶ୍ର, ଅଧ୍ୟାପକ ସହଦେବ ମଲ୍ଲିକ ଓ ସଭ୍ୟ ପ୍ରଶାନ୍ତ କୁମାର ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପର୍ଯ୍ୟାୟକ୍ରମେ ଏହି ସଂଗଠନ ଏତାଦୃଶ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ