ମାନବ ସେବାର ବଳିଷ୍ଠ ଉଦାହରଣ : ୩୦୦ ଅନ୍ତେବାସୀଙ୍କୁ ସମାଜ ର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ମାଟିଲଘ୍ନାର ସଚେତନ କାର୍ଯ୍ୟକ୍ରମ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ମାଲକାନଗିରି – ମଣିଷ ସବୁବେଳେ ନିଜ ସ୍ୱାର୍ଥ ପାଇଁ କାମକରେ । ଅନ୍ୟକୁ ତଳେ ପକାଇ ନିଜେ ବଡ଼ ହେବାର ସ୍ୱପ୍ନ ଦେଖେ । କିନ୍ତୁ ମାଟିଲଗ୍ନା ସାହିତ୍ୟ ପରିବାର ନିଜେ ବଞ୍ଚି ଅନ୍ୟମାନଙ୍କୁ ବଞ୍ଚିବା ପାଇଁ ରାସ୍ତା ଦେଖାଏ । ମଣିଷ ର ଭୁଲ୍ କୁ ସୁଧାରିବା ପାଇଁ ପ୍ରେରଣା ଯୋଗାଏ । ଏବଂ ମଣିଷ ଜୀବନର ସାର୍ଥକତା ବିଷୟରେ ଅନଭିଜ୍ଞ ଲୋକଙ୍କୁ କରେ ସଚେତନତା । ଗତକାଲି ମାଲକାନଗିରି ଜିଲ୍ଲା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ” ମାଟିଲଗ୍ନା” ତରଫରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ଜିଲ୍ଲା ଜେଲ୍ ରେ ପ୍ରାୟ ତିନି ଶହ (କୈଦୀ) ଅନ୍ତେବାସୀଙ୍କୁ ନେଇ ଏକ ତିନିଘଣ୍ଟିଆ ସଚେତନତା ଶିବିର ମାଟିଲଗ୍ନା ସାହିତ୍ୟ ପରିବାର ତରଫରୁ ଆୟୋଜନ କରାଯାଇଥିଲା । ଏହା ଥିଲା ମାଟିଲଗ୍ନା ସାହିତ୍ୟ ପରିବାରର ସର୍ବଶ୍ରେଷ୍ଠ ମାନବ ସେବା । ମଣିଷ ଭିତରେ ଜୀବନ୍ତ ଭଗବାନଙ୍କୁ ଦେଖିବା ଓ ସଂକଳ୍ପ ନେଇ ୧୯ ଜଣିଆ ସାହିତ୍ୟିକ ଦଳ ସେଠାରେ ପହଞ୍ଚି ଜେଲ୍ ଅଧୀକ୍ଷକ ସୁନୀଲ୍ କୁମାର ପାତ୍ରଙ୍କ ସହିତ ସାକ୍ଷାତ ଆଲୋଚନା ପୂର୍ବକ ବର୍ଷବର୍ଷ ଧରି ଦୁଃଖ , ଯନ୍ତ୍ରଣା-ବେଦନା ଓ ଅସହାୟ ବୋଧ ଭିତରେ ନିଜେ କରିଥିବା କୁ-କର୍ମକୁ ପଶ୍ଚାତାପ କରି ତିଳତିଳ କରି ବଞ୍ଚୁଥିବା ଅନ୍ତେବାସୀ ଙ୍କ ମୁହଁରେ ଫୁଟାଇ ଥିଲେ ଆତ୍ମ ତୃପ୍ତିର ହସ । ମାଟିଲଗ୍ନା ପରିବାର ର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ, କବି ଜୟନ୍ତ କୁମାର ମହାଳିକ, କଳାହାଣ୍ଡି ଜିଲ୍ଲା ସଭାପତି ସମୀର କୁମାର ମହାପାତ୍ର, ଉପଦେଷ୍ଟା କିଶୋର ଚନ୍ଦ୍ର ତ୍ରିପାଠୀ, ମହାଦେବ ମାଡକାମୀ,ହାସ୍ୟ ଅଭିନେତା ପ୍ରଶାନ୍ତ କୁମାର ମିଶ୍ର,ବଡ଼ଭାଇ ନରସିଂହ ପ୍ରସାଦ ନାୟକ,କବି ରାଜେନ୍ଦ୍ର କୁମାର ଦୁରିଆ, କବି ସଂଜୀବ ମୁଣ୍ଡ ପ୍ରମୁଖ କେବଳ ସେମାନଙ୍କୁ ସମାଜ ସ୍ରୋତରେ ସାମିଲ୍ କରି ଅପରାଧୀ ଜୀବନରୁ ମୁକ୍ତିର ପଥ ବତାଇନଥିଲେ ବରଂ ହାସ୍ୟ ଅଭିନେତା ମାନଙ୍କ ଜରିଆରେ ସେମାନଙ୍କୁ ହସିହସି ବେଦାମ କରି ବାହାରେ ଅପେକ୍ଷା କରିଥିବା ପରିବାର ଙ୍କ ସହିତ ବଞ୍ଚି ରହିବାର ମାନସିକତା ପରିବର୍ତ୍ତନ କରିବା ପାଇଁ ଦେଇଥିଲେ ପ୍ରେରଣା । ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ମାନବ ସମାଜ କୁ ଏକ ସୁନ୍ଦର ବାର୍ତ୍ତା ଦେବା ସହିତ ମାନବ ସେବା ମାଧ୍ୟମରେ ହିଁ ମାଧବ ସେବା କରାଯାଇପାରେ ଏହା ପ୍ରମାଣିତ କରିଥିଲେ ।


