ମା’ବରୁଣେଇଁ କ୍ରିକେଟ ଟୁର୍ଣ୍ଣାମେଂଟ କାଦୁଆପଡାକୁ ହରାଇ ଗାରୋଇ ଚାମ୍ପିଅନ୍

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକର ସିମାନ୍ତ ଅଂଚଳ ଏଡବାଂଶର ମା’ବରୁଣେଇଁ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ୧୪ତମ ମା’ବରୁଣେଇଁ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଗାରୋଇର ପଂଚସଖା କ୍ରିକେଟ ଦଳ କାଦୁଆପଡା ବାବା ଗାଦିବ୍ରହ୍ମ କ୍ରିକେଟ ଦଳକୁ ପରାସ୍ତ କରି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ପଂଚସଖା କ୍ରିକେଟ ଦଳ ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ଓଭର ମଧ୍ୟରେ ୭ୱିକେଟ ହରାଇ ୧୩୫ରନ ସଂଗ୍ରହ ଜରିଥିଲେ । ଏହାର ଜବାବରେ ବାବା ଗାଦିବ୍ରହ୍ମ କ୍ରିକେଟ ଦଳ ସମସ୍ତ ୱିକେଟ ହରାଇ ୮୮ରନ କରିବାରେ ସକ୍ଷମ ହୋଇଥିଲା । ବରୁଣେଇଁ କ୍ଲବର ସଭାପତି ଆଶିଷ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରତାପ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଅପଛ ମହାନ୍ତି, ପ୍ରଫୁଲ ସେନାପତି, ରବିନ୍ଦ୍ର ପରିଡା ପ୍ରମୁଖ ଯୋଗ ଦେଇ କ୍ରିକେଟ ଖେଳ ଭାଇଚାରା ସୃଷ୍ଟି କରିବାର ଖେଳ ବୋଲି ମତବ୍ୟକ୍ତ କରିବା ସହିତ ଚାମ୍ପିଅନ୍ ଦଳ ଗାରୋଇର ପଂଚସଖା କ୍ରିକେଟ ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ଟୁଣ୍ଣାମେଂଟକୁ କ୍ଲବର ସଂପାଦକ ବିନ୍ଦୁସାଗର ସେନାପତିଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ