ମାର୍ଚ୍ଚ ୩୧ ଯାଏଁ ବ୍ୟବସାୟିକ ପେଣ୍ଠସ୍ଥଳୀ ବନ୍ଦ

ଭୁବନେଶ୍ବର : ରାଜଧାନୀର ମଲ୍‌ ଓ ସୁପର ମାର୍କେଟ୍‌ରେ କରୋନା ସତର୍କତା ଜାରି କରାଯାଇଛି । ଟୁଇଟ୍‌ କରି ସତର୍କତା ଅବଲମ୍ବନ ପାଇଁ ପୋଲିସ୍‌ କମିଶନର ପରାମର୍ଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ମଲ୍‌ ଭିତରକୁ କମ୍‌ ସଂଖ୍ୟକ ଲୋକ ପ୍ରବେଶ କରନ୍ତୁ ବୋଲି ଉପଦେଶ ଦେଇଛନ୍ତି ପୋଲିସ କମିଶନର । ମଲ୍‌ ଭିତରେ ଗ୍ରାହକମାନେ ପରସ୍ପରଠାରୁ ଛଅ ଫୁଟ୍‌ ଦୂରତା ରଖିବା ପରାମର୍ଶ ଦିଆଯାଇଛି । ବିକ୍ରୟ ପାଇଁ କୌଣସି ପ୍ରମୋସନ୍‌ ବ୍ୟବସ୍ଥା ନ କରିବାକୁ ପରାମର୍ଶ । ସେହିପରି କରେନା ପାଇଁ ବାର୍‌ରେ ଲାଉଡ୍‌ ସ୍ପିକର ମନା କରାଯାଇଛି । ଭୁବନେଶ୍ବରର ସମସ୍ତ ବାର୍‌ ଏବଂ ପବ୍‌ରେ ବାଜି ପାରିବନି ଲାଉଡ୍‌ ସ୍ପିକର୍‌ । ମାର୍ଚ୍ଚ ୩୧ ଯାଏଁ ଲାଉଡ୍‌ ସ୍ପିକର ଉପରେ ଲାଗିଲା କଟକଣା । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ