ଦିଲ୍ଲୀରେ ବଦଳିଲା ମୌସମ୍‌ର ମିଜାଜ୍‌ : ବର୍ଷା ସହିତ କୁଆପଥର ବୃଷ୍ଟି

ନୂଆଦିଲ୍ଲୀ :ଦେଶର ରାଜଧାନୀ ଦିଲ୍ଲୀଠାରେ ଶନିବାର ଦିନ ଝମାଝମ୍‌ ବର୍ଷା ସହିତ କୁଆପଥର ବୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘନ ବାଦଲ ଯୋଗୁଁ ଦ୍ବିପ୍ରହର ସମୟଟି ଅନ୍ଧକାର ପରି ଦୃଶ୍ୟମାନ ହୋଇଥିଲା । ଜୋର୍‌ ବର୍ଷା ସହିତ ପବନ ଦିଲ୍ଲୀରେ ପୁଣିଥରେ ଶୀତ ଋତୁର ଅନୁଭବ ଦେଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଦ୍ରୁତ ଗତିରେ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କୁଆପଥର ମଧ୍ୟ ବୃଷ୍ଟି ହେବାର ସମ୍ଭାବନା ରହିଛି । ଦିଲ୍ଲୀରେ ବିଗତ ଦୁଇ ଦିନ ଧରି ରାତ୍ରି ସମୟରେ ପବନ ସହିତ ବର୍ଷା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ