ମିକ୍ସଚର କିଣୁଥିବା ବେଳେ ସ୍କୁଟିରୁ ବ୍ୟାଗ ଚୋରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସହରର ପୁରୁଣା ବସଷ୍ଟାଣ୍ଡରେ ସ୍କୁଟି ରଖି ଏକ ମିକ୍ସଚର ଦୋକାନରୁ ମିକ୍ସଚର କିଣୁଥିବା ବେଳେ ସ୍କୁଟିରେ ଟଙ୍ଗା ହୋଇଥିବା ବ୍ୟାଗଟିକୁ କେହି ଦୁର୍ବୁତ୍ତ ଚୋରି କରିନେଇଯାଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲୋ ଗ୍ରାମର ନାରାୟଣ ଚନ୍ଦ୍ର ରାଉତ ସୋମବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ମା’ ଜୟଦୁର୍ଗା ମିକ୍ସଚର ଦୋକାନ ସମ୍ମୁଖରେ ନିଜର ସ୍କୁଟିକୁ ରଖି ମିକ୍ସଚର କିଣୁଥିଲେ । ସେହି ସମୟରେ ତାଙ୍କ ସ୍କୁଟି ହ୍ୟାଣ୍ଡେଲରେ ଟଙ୍ଗା ହୋଇଥିବା ଏକ ବ୍ୟାଗକୁ କେହି ଦୁର୍ବୁତ୍ତ ଚୋରି କରିନେଇଯାଇଥିବା ସେ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସେହି ବ୍ୟାଗ ଭିତରେ ନଗଦ ୧୭ହଜାର ୫ଶହ ଟଙ୍କା ସମେତ ଷ୍ଟେଟ ବ୍ୟାଙ୍କ ଏଟିଏମ, ପାସବୁକ, ଚେକବୁକ, ୩ଟି ପୋଷ୍ଟାଲ ପାସବୁକ, ୨୧ଶହ ଟଙ୍କାର ଔଷଧ, ଆଧାର କାର୍ଡ, ଜମିଜମା କାଗଜପତ୍ର ଓ ମୋବାଇଲ ଚାର୍ଜର ପ୍ରଭୃତି ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡପତ୍ର ଥିଲା । ଅଭିଯୋଗ ପାଇବା ପରେ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି କହିଛନ୍ତି ।


