ମିଠା ବ୍ୟବସାୟୀଙ୍କ ଅକାଳ ବିୟୋଗ, ମରୈଗାଁ ଦୋକାନ ବଜାର ବନ୍ଦ
ହାଟଡ଼ିହି, (ବିକାଶ ବିଶ୍ୱାଳ):ମରୈଗାଁ ଛକରେ ମିଠା ବ୍ୟବସାୟ କରିଥିବା ବଡରମ୍ପାସ ଗ୍ରାମର ଚତୁର୍ଭୁଜ ସାହୁଙ୍କ ୫୪ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ସେ ଗତକାଲି ସନ୍ଦ୍ୟାରେ ଦୋକାନ ବନ୍ଦ କରି ଘରକୁ ଯିବାପରେ ହଠାତ ତଳେ ପଡିଯାିତôଲେ । ପରିବାର ଲୋକେ ତାଙ୍କୁ ନ୍ରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାକର ଡାକ୍ତରମାନେ ତାଙ୍କୁ ପ୍ରାଥମିକ ଚିକିତ୍ସାକରି କଟକ ବଡଡାକ୍ତରଖାନାକୁ ପଠାଇଥିବାବେଳେ ବାଟରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କ ପରଲୋକରେ ବଡରମ୍ପାସ ଓ ମରୈଗାଁ ସମେତ ସମସ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀର ମୈଗାଁରେ ପହଞ୍ଚିବାପରେ ମରୈଗାଁ ବଜାର କମିଟି ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯିବା ସହିତ ତାଙ୍କ ମରଶରୀରକୁ ବଜାର ପରିକ୍ରମା କରାଇ ବଡରମ୍ପାସ ଗାଁକୁ ନିଆଯାିଥିଲା । ସେଠାରେ ବଡରମ୍ପାସ ସରପଞ୍ଚ ରବିନ୍ଦ୍ର କୁମାର ଜେନା,. ସମବାୟ ସମିତି ସଭାପତି ନିରଞ୍ଜନ ସାହୁ, ବ୍ଲକ ବିଜେଡି ସଭାପତି ବଳରାମ ସାହୁ, ବ୍ଲକ ବିଜେଡି ଉପସଭାପତି ବଳରାମ ସାହୁ, ନାରାୟଣ ଚନ୍ଦ୍ର ବେହେରା, ସମିତିସଭ୍ୟ ବାମନ ଚରଣ ସେଠୀ, ମରୈଗାଁ ବଜାର କମିଟି ସୁଦାମ ଚରଣ ଜେନା, ଚତୁର୍ଭୁଜ ଶଙ୍ଖୁଆ, ନିର୍ମଳ ବାରିକ, ଅଭିନ୍ନ ସାହୁ, ସତ୍ୟାନନ୍ଦ ମାଝୀ, ସୁଦର୍ଶନ ଘଡେଇ, ମଧୁସୁଦନ ନାୟକ, ପାଗଳା ନାୟକଙ୍କ ସାମତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକାକୁଳ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁତୁରା ଅଶୋକ କୁମାର ସାହୁ ମୁଖାଗ୍ନି ଦେଇଥିଲେ ।


