ମୀରପାଟଣା ପ୍ରାଥମିକ ସ୍କୁଲରେ ମୋ ସ୍କୁଲ ଅଭିଯାନ କମିଟି ଗଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ପୈାରାଚଂଳ ଅନ୍ତର୍ଗତ ମୀରପାଟଣା ପ୍ରାଥମିକ ବିଦ୍ୟାଳୟରେ “ମୋ ସ୍କୁଲ ଅଭିଯାନ” କମିଟି ଗଠିତ ହୋଇଯାଇଛି । ଏଥିନିମନ୍ତେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସାଗରିକା ପୃଷ୍ଟିଙ୍କ ସଭାପତିତ୍ୱରେ ସ୍କୁଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବୈଠକରେ ଶିକ୍ଷା ସାଧନ କେନ୍ଦ୍ରର ସଂଯୋଜକ(ସି.ଆର.ସି.ସି.) ବିଭୁ ପ୍ରସାଦ ନାୟକ ଯୋଗଦେଇ “ମୋ ସ୍କୁଲ ଅଭିଯାନ”ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବୈଠକରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଧିରେନ କୁମାର ସାହୁ, ଶୁକଦେବ ସାହୁ, ସୈାମେନ୍ଦ୍ର କୁମାର ପୃଷ୍ଟି, ପ୍ରଦିପ କୁମାର ଦାସ, ତପନ କୁମାର ଦାସ, ହିମାଂଶୁ ଶେଖର ବେହେରା ଓ ପୁଷ୍ପାଞ୍ଜଳି ଦାସଙ୍କୁ ନେଇ ଏକ ସାତ ଜଣିଆ କମିଟି ଗଠନ କରାଯାଇଥିଲା । ଏହି କମିଟିର ସଭାପତି ଭାବରେ ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁଙ୍କୁ ମନୋନ୍ୱିତ କରାଯାଇଥିଲା । ଆଗାମୀ ଦିନରେ ବିଦ୍ୟାଳୟର ବିଭିନ୍ନ ଉନ୍ନତି ନିମନ୍ତେ ଆଲୋଚନା କରାଯାଇଥିଲା । ଶେଷରେ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ