ବେଆଇନ ବାଲିଗାଡି ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବେଆଇନ ବାଲିଗାଡି ଜବତ କରାଯାଉଛି । ଯେଉଁଥିପାଇଁ ବାଲିଚାଲାଣକାରୀଙ୍କ ମଧ୍ୟରେ ଏକ ପ୍ରକାଶ କୋକୁଆ ଭୟ ସୃଷ୍ଟି ହେଉଛି । ଆଜି ଥାନା ଅଧିକାରିଙ୍କ ନେତୃତ୍ୱରେ ମଣିନାଥପୁର ଅଞ୍ଚଳରେ ଚଢାଉ କରାଯାଇଥିବାବେଳେ ଆଗୁଆ ସୂଚନା ପାଇ କିଛି ଗାଡି ଖସିଯାଇଥିଲେ । ଏହା ସତ୍ତ୍ୱେ ବୈତରଣୀ ନଦୀର ମୁଢାପଦା ଘାଟରୁ ଏକ ଟ୍ରାକ୍ଟର ବାଲିନେଇ ଆନନ୍ଦପୁର ଅଭିମୁଖେ ଯାଉଥିବା ବେଳେ ପୁଲିସ ଏହାକୁ ଧରିବାକୁ ସକ୍ଷମ ହୋଇଥିଲା । ବେଆଇନ ବାଲି ଟ୍ରାକ୍ଟରଟିକୁ ଜବତ କରାଯାଇ ୨୪୬/୨୦ରେ ମାମଲା ରୁଜୁ ହୋଇଥିବାବେଳେ ଚାଳକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ