ପରିବାର ଲୋକେ ବହାହେବାକୁ ମନାକରିବାରୁ ଯୁବକ ଜଣକ ବିଷ ପିଇ ଗୁରୁତର

ବୁଗୁଡା – ବୁଗୁଡା ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମର ଜଣେ ଯୁବକ ଜଣେ ନାବାଳିକାକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ପରିବାର ଲୋକମାନେ ମନା କରିବା ଯୋଗୁଁ ଯୁବକ ଜଣକ ବିଷ ପାନକରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣାରୁ ଜଣା ପଡିଛିଯେ, ମକରାପଲ୍ଲୀ ଗ୍ରାମର ସନାତନ ନାୟକ (୧୮) ଜଣେ ୧୬ ବର୍ଷର ନାବାଳିକାକୁ ଭଲପାଇ ତାକୁ ବହାହେବାକୁ ନିଜ ପରିବାର ଲୋକଙ୍କୁ ପ୍ରସ୍ତାବ ଦେଇଥିଲେ। ପରିବାର ଲୋକେ ସନାତନକୁ ବିବାହ ହୋଇପାରିବ ନାହିଁ ବୋଲି କହିଥିଲେ । ତୋ ଠାରୁ ବଡ଼ ଦୁଇ ଭାଇ ବିବାହ କରିନାହାଁନ୍ତି,ଏଣେ ସେହି ଝିଅଟି ୧୬ ବର୍ଷର ନାବାଳିକା ଅଟେ,ଏଣୁ ପରେ ବିବାହ କରିବୁ। ଏଥିରେ ସନାତନ ମ୍ରିୟମାଣ ହୋଇ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ସନାତନକୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ନେଇଥିଲେ ମଧ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ