‘ମୁ ତୁମର ସାଥୀ’ପକ୍ଷରୁ ସିନେ ଅଭିନେତା ସୋନୁ ସୁଧଙ୍କୁ କୃତଜ୍ଞତା

ବାଲେଶ୍ୱର, (ସରୋଜ ପଣ୍ଡା):ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ମୁ ତୁମର ସାଥୀ’ ପକ୍ଷରୁ ବିଶିଷ୍ଟ ହିନ୍ଦୀ ସିନେ ଅଭିନେତା ତଥା ସାମାଜିକ କର୍ମୀ ସୋନୁ ସୁଧଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରାଯାଇଛି । କୋଭିଡ କାଳରେ ଜନ ସାଧାରଣଙ୍କୁ ସୋନୁ ସୋଧଙ୍କ ମାନବିକତାପୂର୍ଣ୍ଣ ସହଯୋଗ ଦେଖି ତାଙ୍କର ଆଦର୍ଶକୁ ଗ୍ରହଣ ପୂର୍ବକ ଏହି ସଂଗଠନ ପ୍ରତିଷ୍ଠା କରାଯାଇଥିଲା । ଯେ କୌଣସି ସମସ୍ୟା ବେଳେ ‘ମୁଁ ତୁମର ସାଥୀ’ ଲୋକଙ୍କୁ ସାଧ୍ୟମତେ ସହାୟତା କରିଆସୁଥିଲା ବୋଲି ସଂଗଠନର ସଭାପତି ରାଜେନ୍ଦ୍ର କୁମାର ଦାସ କହିଛନ୍ତି । ତେବେ ଗତ ବାହାନଗା ରେଳ ଦୁର୍ଘଟଣାରେ ମୃତ ଆହତଙ୍କୁ ଉଦ୍ଧାର ଓ ଚିକିତ୍ସାଧୀନ ଆହତ ଓ ସେମାନଙ୍କ ପରିବାରକୁ ଏହି ଅନୁଷ୍ଠାନ ନିୟମିତ ସହାୟତା କରିଆସୁଥିଲା । ଏହି ସଂଗଠନର କାର୍ଯ୍ୟଧାରା ସମ୍ବଳିତ ଫଟୋକୁ ସୋନୁ ସୁଧ ନିଜ ଫେସବୁକ, ଟ୍ୟୁଟର ଓ ଇନଷ୍ଟାଗ୍ରାମ ପେଜରେ ସେୟାର ଓ ଲାଇକ କରିବା ଆମ ପାଇଁ ଅତ୍ୟନ୍ତ ଖୁସୀର ବିଷୟ ବୋଲି ‘ମୁଁ ତୁମର ସାଥୀ’ ସଂଗଠନର ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହାକୁ ନେଇ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ସନ୍ତୋଷ ପ୍ରକାଶ ସହ ସୋନୁ ସୁଧଙ୍କୁ କୃତଜ୍ଞତା ଜଣାଇ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦକ ନୟନ କୁମାର ଦାସଙ୍କ ସମେତ ପରମେଶ୍ୱର ସାମଲ, ସନ୍ତୋଷ କୁମାର ଦାସ, ମିଥୁନ ମହାଳିକ, ଉତ୍ତମ ବାରିକ, ନାରାୟଣ ଚନ୍ଦ୍ର ଦାସ, ଦୀପାରାଣୀ ବାରିକ, ବିଜୟଲକ୍ଷ୍ମୀ ବିଶ୍ୱାଳ, କରୁଣାକର ବେହେରା, ଅଭୟ ସାମଲ ପ୍ରମୁଖ ସଦସ୍ୟ ସଦସ୍ୟାମାନେ କୃତଜ୍ଞତା ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ