ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଶିକ୍ଷଣ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା ): ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ପକ୍ଷରୁ ବୟା ବନାପୁର ପଂଚାୟତ ଚନ୍ଦ୍ରଭାନୁପୁର ଠାରେ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୂର୍ତ୍ତିକା ବିଶେଷଜ୍ଞ ଭଗବାନ କବାଟ ଯୋଗଦେଇ ଉପସ୍ଥିତ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଧାମନଗର ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ ଓ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ ଏଥିରେ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଗ୍ରାମ୍ୟ କୃଷି କର୍ମଚାରୀ ଗୀତାଞ୍ଜଳି ପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିବନାରାୟଣ ପାଣି ଧନ୍ୟବାଦ ଦେଇଥିଲେ। ଏଥିରେ ଆଖପାଖ ଅଞ୍ଚଳର ଅଗ୍ରଣୀ ଚାଷୀଙ୍କ ସହିତ ମହିଳାମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ କୃଷି ବିଭାଗର ମାନସ ଜେନା, ତାରିଣୀ ପ୍ରସାଦ ନାୟକ, ଆଶିଷ କୁମାର ରାଉତ, ନିରୂପମା ନାୟକ ପ୍ରମୁଖ ପରିଚାଳନା କରିଥିଲେ।


