ମୃତ ଦେହକୁ ଦାହ ସଂସ୍କାର ତ ଦୂରର କଥା କେହି ଛୁଇଁବାକୁ ମଧ୍ୟ ଡରିଥିଲେ

କେନ୍ଦୁଝର,(ସମୀର କୁମାର ଦାସ ‌):ଲୋକଙ୍କୁ କରୋନା ଭୟ ଏମିତି ଘାରିଛି ଯେ କେହି ମରିଗେଲ ବି ପାଣି ମୁନ୍ଧାଏ ଦେବାକୁ ଯେମିତି ନାରାଜ । ଏଭଳି ଏକ ଘଟଣା ଆଜି ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗାଁରେ । ଗାଁର ରଞ୍ଜନ ପ୍ରଧାନ ନାମକ ଜଣେ ଯୁବକ ବାଙ୍ଗାଲୋରରେ ସିକୁରୀଟି ଗାର୍ଡ ହିସାବରେ କାମ କରୁଥିଲେ l ସେ ଗତ ମାସ ୧୦ ତାରିଖରେ ବାଙ୍ଗାଲୋରରୁ ଘରକୁ ଫେରିବା ପରେ ତାଙ୍କୁ ହୋମ କ୍ବାରାଣ୍ଟଇନରେ ରହିବାକୁ ପଡିଥିଲା l ଗତକାଲି କୌଣସି କାରଣରୁ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କରୋନା ଭୟରେ ରଞ୍ଜନଙ୍କ ମୃତ ଦେହକୁ ଦାହ ସଂସ୍କାର ତ ଦୂରର କଥା କେହି ଛୁଇଁବାକୁ ମଧ୍ୟ ଡରିଥିଲେ । ଏହି ଘଟଣା ପରେ ପୋଲିସ ମାଜିଷ୍ଟ୍ରେଟ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ