ମେକଅପ୍ ଯୋଗୁ ଟ୍ରୋଲ ହୋଇଥିବା ଅଭିନେତ୍ରୀ
ବମ୍ବେ: ନିକଟରେ ଏକ ଫ୍ୟାଶନ ଶୋ’ରେ ଇଣ୍ଟରନେଟ୍ ସେନସେଶନ ରାନୁ ମଣ୍ଡଳଙ୍କ ର୍ୟାମ୍ପ ୱାକ୍ ଚର୍ଚ୍ଚାର ପରିସରକୁ ଆସିଥିଲା । ଏସବୁରେ ରାନୁଙ୍କ ମେକ୍ଅପକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲରମାନେ ସକ୍ରିୟ ହୋଇପଡ଼ିଥିଲେ । ସେମାନେ ରାନୁଙ୍କ ବିଭିନ୍ନ ମେମ୍ କରିବା ସହ ତାଙ୍କୁ ସମାଲୋଚନା କରିବାକୁ ପଛାଇ ନ ଥିଲେ । ତେବେ କେବଳ ଯେ ରାନୁ ତାହା ନୁହେଁ ବରଂ ବଲିଉଡର ଅନେକ ଅଭିନେତ୍ରୀ ମଧ୍ୟ ନିଜ ଲୁକକୁ ନେଇ ଟ୍ରୋଲ ହୋଇସାରିଛନ୍ତି ।
ତାଲିକା ଶୀର୍ଷରେ ଅଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା । ୨୦୧୯ରେ ମେଟ୍ ଗାଲା ରେଡ୍ କାର୍ପେଟରେ ପିସିଙ୍କ ଲୁକ୍ ସମସ୍ତଙ୍କୁ ଚକିତ କରିଦେଇଥିଲା । ସେହିଭଳି ନୀଳ ନୟନୀ ଐଶ୍ୱର୍ଯ୍ୟା ରାୟଙ୍କ ୨୦୧୬ କାନ୍ସ ଲୁକକୁ ନେଇ ଟ୍ରୋଲ କରାଯାଇଥିଲା । ଏଥିରେ ଐଶ୍ ପିନ୍ଧିଥିବା ଲିପ୍ଷ୍ଟିକକୁ ନେଇ ଚର୍ଚ୍ଚା ହୋଇଥିଲା । କେହି କେହି ତାକୁ ଜାମୁକୋଳି ସହ ତୁଳନା କରୁଥିଲେ । ସେହିଭଳି ନିକଟରେ ଦିଶା ପଟାନୀ ନିଜର ଏକ ସେଲ୍ଫିକୁ ନେଇ ବଜ୍ ସୃଷ୍ଟି ହୋଇଥିଲା । ଦୀଶାଙ୍କ ଲାଲ୍ ଲିପ୍ଷ୍ଟିକକୁ ନେଇ ଟ୍ରୋଲରମାନେ କମେଣ୍ଟ କରି ମେକ୍ଅପ୍ ଦୋକାନ ବୋଲି କହିଥିଲେ ।


