ପତ୍ନୀ ମୀରାଙ୍କ ପ୍ରଶଂସାରେ ଶାହିଦ

ପ୍ରଥମେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା ପରେ ହଠାତ୍ ମୀରା ରାଜପୁତଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରିଥିଲେ ଅଭିନେତା ଶାହିଦ କପୁର । ଫିଲ୍ମ ଜଗତ ସହ ମୀରା ଜଡ଼ିତ ନ ଥିବାରୁ ଜଣେ ଅଭିନେତାଙ୍କ ସ୍ତ୍ରୀ ଭାବେ ମିଳାମିଶା କରିବାରେ ଅସୁବିଧା ହେବ ବୋଲି ସମସ୍ତେ କହୁଥିଲେ । ହେଲେ ଏସବୁକୁ ମିଛ ସାବ୍ୟସ୍ତ କରିଛନ୍ତି ମୀରା । ବିବାହ ପରେ ଉଭୟ କ୍ୟାମେରା ସମ୍ମୁଖକୁ ଆସିବା ସମୟରେ ସେ ବେଶ ସ୍ୱାଭାବିକ ବ୍ୟବହାର କରିଥିଲେ । ଏହାପରେ ବମ୍ବେରେ ହୋଇଥିବା ଉତ୍ସବରେ ମୀରା ସମସ୍ତଙ୍କ ସହ ଭଲରେ ମିଶିବା ସହ ନିଜର ସ୍ଥାନ ନିଜେ ନିରୂପଣ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଶାହିଦ । ମୀରା ଯେପରି ଅଛନ୍ତି ସମସ୍ତଙ୍କୁ ପସନ୍ଦ ଆସି ସାରିଛନ୍ତି । ଏଣୁ ତାଙ୍କୁ ବଦଳିବା ଆବଶ୍ୟକ ନାହିଁ ବୋଲି ଶାହିଦ କହିଛନ୍ତି । ନିକଟରେ ନିର୍ଦ୍ଦେଶକ କରନ ଜୋହରଙ୍କ ପାର୍ଟିରେ ମୀରାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ପପ୍ ଷ୍ଟାର କୈଟି ପେରୀଙ୍କ ସହ ସେ କଥା ହେଉଥିବା ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ କୈଟିଙ୍କୁ ମୀରା କିଛି କହୁଥିବା ଏବଂ ସେ ଚକିତ ହୋଇଯାଇଥିଲେ । ସେହି ସମୟରେ ନିକଟରେ ଛିଡ଼ା ହୋଇଥିବା ଶାହିଦ ଏବଂ କରନ ହସୁଥିବାର ଦୃଶ୍ୟ ନଜରକୁ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ