ମେ ପହିଲାରୁ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଗୃହରାଜ୍ୟକୁ ଫେରିଲେ ୫୭ ଲକ୍ଷ ଯାତ୍ରୀ

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟସ୍ଥାନରେ ଅଟକି ରହିଥିବା ଲୋକମାନଙ୍କ ଯାତାୟାତ ନିମନ୍ତେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ ମେ ପହିଲା, ୨୦୨୦ ଠାରୁ ଆରମ୍ଭ ହୋଇଛି । ଜୁନ ୨, ୨୦୨୦ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୪୧୫୫ଟି “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ କରାଯାଇଛି । ସକାଳ ୧୦ଟା ସୁଦ୍ଧା ୧୦୨ଟି ଟ୍ରେନ ଚଳାଚଳ ଆରମ୍ଭ କରିଛି । ବର୍ତମାନସୁଦ୍ଧା ୩୩ ଦିନ ମଧ୍ୟରେ ୫୭ ଲକ୍ଷରୁ ଅଧିକ ପ୍ରବାସୀ “ଶ୍ରମିକ ସ୍ପେଶାଲ” ଟ୍ରେନ ଜରିଆରେ ସେମାନଙ୍କ ଗନ୍ତବ୍ୟସ୍ଥଳୀରେ ପହଁଚିପାରିଛନ୍ତି । ବିଭିନ୍ନ ରାଜ୍ୟରୁ ୪୧୫୫ଟି ଟ୍ରେନ ଯାତ୍ରା ଆରମ୍ଭ କରିଛି । ସର୍ବାଧିକ ଟ୍ରେନ ଛାଡ଼ିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛନ୍ତି ଗୁଜରାଟ (୧୦୨୭), ମହାରାଷ୍ଟ୍ର(୮୦୨), ପଞ୍ଜାବ (୪୧୬), ଉତର ପ୍ରଦେଶ (୨୮୮) ଏବଂ ବିହାର (୨୯୪) । ଏସବୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଦେଶର ବିଭିନ୍ନ ରାଜ୍ୟରେ ପହଁଚିଛି । ଉତର ପ୍ରଦେଶରେ ସର୍ବାଧିକ ୧୬୭୦, ବିହାରରେ ୧୪୮୨, ଝାଡ଼ଖଣ୍ଡରେ ୧୯୪, ଓଡ଼ିଶାରେ ୧୮୦, ପଶ୍ଚିମବଙ୍ଗରେ ୧୩୫ଟି ଟ୍ରେନ ପହଁଚିଛି । ଉଲ୍ଲେଖଯୋଗ୍ୟ ଯେ ବର୍ତମାନ ଚଳାଚଳ କରୁଥିବା ଟ୍ରେନଗୁଡ଼ିକରେ କୌଣସି ଭିଡ଼ ପରିଲକ୍ଷିତ ହେଉନାହିଁ । ଶ୍ରମିକ ଷ୍ଟେସନ ଟ୍ରେନଗୁଡ଼ିକ ବ୍ୟତୀତ ନୂଆଦିଲ୍ଲୀରୁ ୧୫ ଯୋଡ଼ା ସ୍ୱତନ୍ତ୍ର ରାଜଧାନୀ ଶ୍ରେଣୀର ଟ୍ରେନ ଚଳାଚଳ କରୁଛି ଏବଂ ଜୁନ ପହିଲାଠାରୁ ଅଧିକ ୨୦୦ ସମୟସାରଣୀ ଟ୍ରେନ ଚଳାଚଳ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ