ମୈାସୁମୀ ସାହିତ୍ୟ ପରିଷଦର ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ମୈାସୁମୀ ସାହିତ୍ୟ ପରିଷଦର ରାଜ୍ୟ ସ୍ତରୀୟ ୫ମ ସ୍ୱନକ୍ଷତ୍ର ଦିବସ, ପତ୍ରିକା ଉନ୍ମୋଚନ ଓ କବିତା ପାଠୋତ୍ସବ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭବ୍ୟ ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡଃ. ହୃଷିକେଶ ମଲ୍ଲିକ ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ତଥା ଉତ୍କଳ ସାହିତ୍ୟ ସମାଜର ପ୍ରାକ୍ତନ ସଭାପତି ତରୁଣ କୁମାର ସାହୁ ଯୋଗଦେଇଥିଲେ । ପରିଷଦର ସମ୍ପାଦକ କବି ଡଃ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଓ କବି ଯଚିନ୍ଦ୍ର କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଭକ୍ତ ମଲ୍ଲ, ସ୍ୱର୍ଣ୍ଣମୟୀ ଷଡଙ୍ଗୀ, କବିତା ମୁଦୁଲି, ମନ୍ମଥ ବରାଳ, ଅମର ପ୍ରସାଦ ରାଉତ, ରଞ୍ଜନ ବାଇ, ଅଜୟ ପାତ୍ର, ସୁରେନ୍ଦ୍ର ବେହେରା, ମମତା ସାମଲ, ନାରାୟଣ ପତି, ନୃସିଂହ ଚରଣ ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ମାଇତି, ସତ୍ୟନାରାୟଣ ଜେନା, ସ୍ୱପ୍ନାଂଶୁ ଦାସ, ଗୋଲାପ ରାଉତ, ରତ୍ନାକର ମଲ୍ଲିକ, ଶରତ ରାଉତ, ରାମକୃଷ୍ଣ ଦାଶ, ଶରତ ନାୟକ, ରତ୍ନାକର ପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ସଞ୍ଜୟ ମଲ୍ଲିକ, ଆରାଧନା ଦାଶ, ଟିଟିକାନ୍ତ ନାୟକ, ଅଶୋକ ସାହୁ, ସୁରଥ ରାଉତ, ସଚ୍ଚିଦାନନ୍ଦ ମିଶ୍ର, କ୍ଷିତିଶ ଭୂୟାଁ, ନୃସିଂହ ଚରଣ ଜେନା, ସୁପ୍ରିୟା ମହାନ୍ତି ପ୍ରମୁଖ ୩୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । ସମସ୍ତ କବିଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡଃ. ବାସୁଦେବ ଦାସ ଓ କବି ଅନ୍ନପୂର୍ଣ୍ଣା ମହାନ୍ତି ଯୋଗଦେଇଥିଲେ । କବି ପ୍ରେମାନନ୍ଦ ଖଣ୍ଡୁଆଳ ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିବା ବେଳେ କବି ଶୈଳଜାଶଙ୍କର ସାମଲ ଓ ନିକୁଞ୍ଜ ବିହାରୀ ପୃଷ୍ଟି ସଂଯୋଜନା କରିଥିଲେ । ଉତ୍ସବର ଦ୍ୱିତୀୟ ଅଧିବେଶନରେ ମୈାସୁମୀ ଶାରଦୀୟ ବିଶେଷାଙ୍କ -୨୦୨୩ ଉନ୍ମୋଚିତ ହେବା ସହ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ସୁରଞ୍ଜନ ପାତ୍ର, ସନ୍ନିଭା ମିଶ୍ର ଦାଶ, ରଶ୍ମୀତା ସେନାପତି ଓ କବି ଭିକାରୀ ଚରଣ ଧଳଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସହ ସମ୍ପାଦକ ଇଂ ଅକ୍ଷୟ କୁମାର ପାଣି ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ କବି ବୃନ୍ଦାବନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ମାନ୍ୟଗଣ୍ୟ ଓ ବିଶିଷ୍ଟ ସାହିତ୍ୟ ପ୍ରେମୀ ଶଶିକାନ୍ତ ଦାସ, ଅଜୟ କୁମାର ସାମଲ, ଡଃ. ପ୍ରକାଶ କୁମାର ପରିଡା, ଡଃ. ପ୍ରଭାକର ମଲ୍ଲିକ, ଡଃ. ଗିରିଶ ପାତ୍ର, ଡଃ. କଳ୍ପନା ମଲ୍ଲିକ, ଶିଶିର ମହାପାତ୍ର, ପ୍ରମୋଦ କୁମାର ଦାସ, ବନମାଳୀ ସେନାପତି, ସରୋଜ କୁମାର ମହାନ୍ତି, ଡଃ. ସୁଧାଂଶୁ ଶେଖର ଦ୍ୱିବେଦୀ ପ୍ରମୁଖ ଶତାଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ