ୟୁଥ୍ ଫର୍ ଭିଲେଜର ଫିଟ୍ ଇଣ୍ଡିଆ ସାଇକେଲ ରାଲି

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ବ୍ଲକର ଛୋଟାବସା ଠାରେ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ବ୍ରହ୍ମପୁର ତରଫରୁ ଓ ନେହେରୁ ଯୁବ କେନ୍ଦ୍ର ଅନୁବନ୍ଧିତ ତଥା ବ୍ଲକ୍ ସ୍ତରୀୟ ଶ୍ରେଷ୍ଠ ୟୁଥ୍ କ୍ଲବ୍ ସମ୍ମାନିତ ୟୁଥ୍ ଫର୍ ଭିଲେଜ୍ ସହଯୋଗରେ ଯୁବ ସପ୍ତାହ ପାଳନ ଅବସରରେ ଫିଟ୍ ଇଣ୍ଡିଆ ସାଇକେଲ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ନୀଳକଣ୍ଠେସ୍ୱର ଶିକ୍ଷା କେନ୍ଦ୍ର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଲବ୍ ସଭାପତି ଶ୍ରୀ ଚୈତନ୍ୟ ରେଡି ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିଥି ଭାବେ ଦିବ୍ୟାଂଗ୍ ସିକ୍ଷାବିତ୍ ରବୀନ୍ଦ୍ର କୁମାର ସେଠୀ, ସିକ୍ଷାବିତ୍ ରବୀନ୍ଦ୍ର କୁମାର ଗୈାଡ, ଭାରତୀୟ ନୌସେନା ବାହିନୀରେ କାର୍ଯ୍ୟକ୍ରମ ଯବାନ ଲୋକନାଥ ଦାସ ଓ ଶିକ୍ଷା କେନ୍ଦ୍ର ମୁଖ୍ୟ ତଥା କ୍ଲବ୍ ସମ୍ପାଦକ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ ଯୁବବର୍ଗ ଙ୍କୁ ସ୍ବାସ୍ଥ୍ୟର ସଠିକ ଯତ୍ନ ନେଇ ମାନସିକ ଓ ଶାରୀରିକ ବିକାଶ ସହ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଆହ୍ୱାନ କରିଥିଲେ। ଏଥି ସହ ସାଇକେଲ ବ୍ୟବହାର ଦ୍ୱାରା ସ୍ବାସ୍ଥ୍ୟ ଠିକ୍ ରହିବା ସହ ପରିବେଶ ପ୍ରଦୂଷଣ କୁ ନିୟନ୍ତ୍ରଣ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ହେଇପାରିବ ବୋଲି ଆଲୋକପାତ କରିଥିଲେ। ପରେ ପରେ କାର୍ଯ୍ୟକ୍ରମ ସଂଯୋଜକ ଗଗନ କୁମାର ସାହୁ ଓ କୋଷାଧ୍ୟକ୍ଷ ମୋଚିରାମ ବେହେରାଙ୍କ ସଂଯୋଜନାରେ ଏକ ସାଇକେଲ ପଦଯାତ୍ରା ଅନୁଷ୍ଠିତ ହେଇଥିଲା। ଏଥିରେ “ସ୍ୱଚ୍ଛ ପରିବେଶ ସ୍ୱଚ୍ଛ ଭାରତ” “ଗଛ ଲଗାଅ ଜୀବନ ବଞ୍ଚାଓ” “ସୁସ୍ଥ ସ୍ବାସ୍ଥ୍ୟ ସୁସ୍ଥ ଦେଶ” “ଫିଟ୍ ବଡ଼ି ଫିଟ୍ ଇଣ୍ଡିଆ” ପ୍ରମୁଖ ନାରାବାଜି ଦେଇ ସତୁରିରୁ ଉର୍ଦ୍ଧ ଯୁବକ ଯୁବତୀ ସାଇକେଲ ପଦଯାତ୍ରା ଅଂଶ ଗ୍ରହଣ କରିଥିଲେ। ଏହି କାର‌୍ୟ୍ୟକ୍ରମକୁ ସୁଶାନ୍ତ ସେଠୀ, କୈଳାସ ସେଠୀ, ସଂଗ୍ରାମ ରେଡ଼ି, ଟୁନା ବେହେରା, ନିଳାଞ୍ଚଳ ସେଠୀ, କରୁଣାକର ମହାପାତ୍ର, ଅନିଲ ସେଠୀ, କାହ୍ନୁ ଗୈାଡ, ସୁନୀଲ ସେଠୀ, ପ୍ରମୋଦ ଦାସ ଓ ପ୍ରଶାନ୍ତ ରେଡି ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ