ମୋବାଇଲ ଦୋକାନରୁ ଚୋରୀ 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା କଙ୍କୋରଡା କଲେଜ ଛକ ନିକଟରେ ଥିବା ଓମ ସାଇ ରାମ ମୋବାଇଲ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଚୋରୀ ହୋଇଯାଇଛି l ସୂଚନାଯୋଗ୍ୟ ଦୋକାନ ମାଲିକ ଓକିଲ ଦଳାଇ ରବିବାର ସନ୍ଧ୍ୟା ରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ l ସୋମବାର ଭୋରୁ ଦୋକାନ ଖୋଲିବାକୁ ଆସି ଦୋକାନ ର ତାଲା ଭଙ୍ଗାଯାଇଛି ଓ ଦୋକାନ ଭିତରୁ ବିଭିନ୍ନ କମ୍ପାନୀର ନୂଆ ଓ ପୁରୁଣା ମୋବାଇଲ ଫୋନ, ଇଅର ଫୋନ, ସ୍ପିକର ଚୋରୀ ହୋଇଥିବା ଦେଖି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣା ପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ