ମୋସନ୍ କୋଚିଙ୍ଗ୍ ସେଣ୍ଟରର ସଫଳତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରସ୍ଥିତ ମୋସନ୍ କୋଚିଙ୍ଗ ସେଣ୍ଟରର ନିଟ୍ ପିଲାମାନେ ସର୍ବ ଭାରତୀୟ ପରୀକ୍ଷାରେ ସଫଳତା ହାସଲ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି । ଏହି କ୍ରମରେ ସେଣ୍ଟରର ଛାତ୍ର ଅମ୍ଳାନ ଚୌଧୁରୀ ସର୍ବଭାରତୀୟ ସ୍ତରରେ ୭୨୦ ରୁ ୬୬୦ ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ଓମ୍ ପ୍ରକାଶ ପ୍ର୍ରଧାନ ରସାୟନ ବିଜ୍ଞାନରେ ୧୮୦ ରୁ ୧୬୫ ମାର୍କ ରଖି ଓ ଛାତ୍ରୀ ଶ୍ୱେତା ରଣା ଜୀବ ବିଜ୍ଞାନରେ ୩୬୦ ରୁ ୩୩୫ ମାର୍କ ରଖି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ ଗୁଣନିଧି ଜଗତି ଏକ ସମ୍ବର୍ଦ୍ଧନା ସଭାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ସେଣ୍ଟରର ମୁଖ୍ୟ ସୁଶୀଲ କୁମାର ସାମଲ ଓ ଟ୍ରଷ୍ଟି ଶରତ କୁମାର ବେହୁରା, ଅଶୋକ କୁମାର ମହାନ୍ତି, ପ୍ରଦୀପ କୁମାର ଜେନା, ବିଶ୍ୱଜିତ୍ ରାୟ, ପ୍ରଦୀପ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ପାତ୍ର, ରାକେଶ କୁମାର ଘଡେଇ, ରାଜରାଣୀ ଦେହୁରୀ, ସ୍ଥିତିପ୍ରଜ୍ଞା ଖୁଣ୍ଟିଆ, ଶୁଭଶ୍ରୀ ଦାଶ ସଭା ପରିଚାଳନା କରିଥିଲେ । ଏକାଡେମିକ୍ ମୁଖ୍ୟ କୁମାର ଶିବାନନ୍ଦ, ପଙ୍କଜ ସାଇନ୍‌, ଅନୁପ କୁମାର ମଣ୍ଡଳ ଓ କୋଟା ମୋସନର ଭାଇସ ପ୍ରେସିଡେଣ୍ଟଆତିସ ଅଗ୍ରୱାଲ ମଧ୍ୟ ଭର୍ରଚୁଆଲ ମୋଡରେ ସଭାରେ ଯୋଗ ଦେଇଥିଲେ । ସେଣ୍ଟରର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସଭାରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ