ମୋହନା ବ୍ଲକରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବା ବେଳେ ଲୋକେ ମାନୁନାହାନ୍ତି ନିୟମ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ରେ ବହୁ ସଚେତନତା ପରେ ଭି ଲୋକେ ମାନୁନାହାନ୍ତି ନିୟମ କୁ । କିଛି ବ୍ୟବସାୟୀ ଦୁକାନ ଅଟ ଚାଳକ ବାହାରୁ ଆସୁଥିବା ବୁଲା ବିକାଳୀ ନିୟମ ଖିଲାଫ କରୁଛନ୍ତି । ମୋହନା ବ୍ଲକ ରେ ଆଜି୧୬ଟି ପୋଜିଟିଭ୍ ବାହାରିବା ପରେ ଭି କିଛି ଜାଗରେ ଭିଡ଼ ଦେଖିବା କୁ ମିଳୁଛି । ଅଟ ଚାଳକ ମାନେ ଅଟରେ ୮ଜଣ ଙ୍କ ଠାରୁ ଅଧିକ ଯାତ୍ରୀ ବସାଇ ବଜାରକୁ ପ୍ରେବେଶ କରୁଛନ୍ତି ଏପରିକି ବାହାର ଜିଲ୍ଲା ରୁ ଗଜପପତି ଜିଲ୍ଲା କୁ ପରିବା, ବିଭିନ ସାମଗ୍ରୀ ବିକ୍ରି କରିବା ପାଇଁ ଗଳା ବାଟ ଦେଇ ଆସୁଥିବା ଦେଖିବାକୁ ମିଳୁଛି । ଏପରିକି ସରକାରୀ ବାବୁ, ବ୍ୟାଙ୍କ କର୍ମଚାରୀ ମାନେ ପ୍ରତି ଦିନ ଗଞ୍ଜାମ ଜିଲ୍ଲା କୁ ଯାଇ ଫେରୁଛନ୍ତି ଗଜପତି ଜିଲ୍ଲା କୁ ଯାହା ଫଳ ରେ ଅଞ୍ଚଳ ର କିଛି ଗ୍ରାମ ବାସି ଭୟ ଭିତରେ ନିଜେ ଘରେ ରହୁଛନ୍ତି କିଛି ବଡ ବ୍ୟବସାୟୀ ମାନେ ନିୟମ ଭାଙ୍ଗି ବ୍ୟାପାର କରି ଚାଲୁଛନ୍ତି ଯାହାର ପରିଣାମ ଆଗାମୀ ଦିନରେ ଭୟାବକ ହେବ ଲୋକଙ୍କ ବୁଝାଇ ବିଫଳ ହେଲାଣି ପ୍ରଶାସନ ଓ କରୋନା ଯୁଦ୍ଧା ଲୋକଙ୍କୁ ବୁଝାଇବାକୁ ଯାଇ ନିଜେ ଆକ୍ରାନ୍ତ ହେଲେଣି ତା ସତ୍ୟ ମଧ୍ୟ ଲୋକେ ମାନୁ ନାହାନ୍ତି ଅଡବା ଅଞ୍ଚଳରେ୪ ବିରିକୁଟ ଅଞ୍ଚଳ ରେ ୧ଜଣେ,ମୋହନା ଅଞ୍ଚଳ ରେ ୬,ଏପରିକି୧୬ଜଣ ଆକ୍ରାନ୍ତ ହେଲେଣି ଏହାକୁ ଦେଖି ଅଞ୍ଚଳ ର ଲୋକେ ଭୟବିତ ହୋଇ ଜିଲ୍ଲା ପାଳଙ୍କୁ ଅନୁରୋଧ କରୁଛନ୍ତି । ମୋହନା କୁ ସମ୍ପୂର୍ଣ ବନ୍ଦ କରିବା ସହ ସକାଳ ୭ଟାରୁ୧୧ଟା ପର୍ଯ୍ୟନ୍ତ ଅତି ଆବଶ୍ୟକ ଦୋକାନ ଖୋଲା ରଖା ଯାଉ ଏବଂ ଅଟ ଚଳାଚଳବନ୍ଦ କରାଯାଉ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡିକି କିଛି ଦିନ ପାଇଁ ବନ୍ଦ କରି ଲୋକଙ୍କୁ ଯାଞ୍ଚ କରାଯାଉ ବୋଲି ଅଞ୍ଚଳ ର ଲୋକେ ଓ ଯୁବକ ସଂଘ ଅନୁରୋଧ କରିଛନ୍ତି


