ମୋହନା ବ୍ଲକର ଉନ୍ନତି ପାଇଁ ଗାଁ ସାଥୀ ସଂଘ ତରଫରୁ ଦାବୀ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକର ଗାଁ ସାଥୀଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ତଳେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବିଭିନ୍ନ ସମସ୍ୟା ଉପରେ ଦାବୀପତ୍ର ଦିଆଯାଇଥିଲା କିନ୍ତୁ ସଠିକ ଭାବେ ଫଳପ୍ରଦ ହୋଇନଥିଲା । ସେଥିପାଇଁ ପୁଣି ଥରେ ଗାଁ ସାଥୀ ସଂଗଠନ ତରଫରୁ ମୋହନା ବ୍ଲକରେ ବିଭିନ୍ନ ସମସ୍ୟା ଉପରେ ମୋହନା ବ୍ଲକ ଏପିଓଙ୍କ ମାଧ୍ୟମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲା । ଗାଁ ସାଥିଙ୍କ ସମସ୍ୟା ଯେପରି ଗାଁ ସାଥିଙ୍କୁ ମନରେଗା ଯୋଜନାରେ ସଠିକ ମଜୁରୀ ପ୍ରଦାନ, ସେହିପରି ବ୍ଲକର କିଛି ଗ୍ରାମ ରୋଜଗାର ସେବକ ମାନେ ମଧ୍ୟସ୍ଥି କରି ମନରେଗା କାମ କରୁଥିବାରୁ ବ୍ଲକରେ ଗାଁ ସାଥି ବା ମେଟ ଯାହା ଫଳରେ ବେକାର ହୋଇ ରହୁଛନ୍ତି, ପଞ୍ଜିକରଣ ନମ୍ବର ଅନୁସାରେ ପରିଚୟ ପ୍ରଦାନ, ବ୍ଲକ ଏପିଓଙ୍କ ଜରିଆରେ ପ୍ରଶିକ୍ଷଣ, ବ୍ଲକ ସ୍ତରରେ ମନେରେଗା ଯୋଜନାରେ ମାସିକ ସମୀକ୍ଷା ବୈଠକରେ ମେଟ ମାନଙ୍କୁ ସାମିଲ କରିବା, ଯେଉଁମାନେ ମନରେଗା କାମରେ ମଧ୍ୟସ୍ଥି କରୁଛନ୍ତି ସେମାନଙ୍କୁ ହଟେଇବା ଭଳି ଅନେକ ସମସ୍ୟା ରହିଥିବାରୁ ସେମାନେ ଆଜି ମୋହନା ବ୍ଲକ ପରିସରରେ ଥିବା ସଭାଗୃହରେ ମୋହନା ବିଡିଓ ବଂଶୀଧର ଖୋସଲା କୌଣସି କାମରେ ବାହାରେ ରହିଥିବାରୁ ବ୍ଲକ ଏପିଓଙ୍କୁ ଦାବିପତ୍ର ଦେଇଥିଲେ । ଏହି ଦାବିପତ୍ର ଦେବା ସମୟରେ ଗାଁ ସାଥୀ ଜିଲ୍ଲା ସଭାପତି ପଞ୍ଚୁ ନାୟକ, ବ୍ଲକ ସଭାପତି ଶତ୍ରୁଘ୍ନ ନାୟକ, ସୁସୁରା ମାଝୀ, ନିଳକାନ୍ତ ମଲ୍ଲିକ, ମାଥ୍ୟୁ ଶବର, ଦୁଷାସନ ଶବରଙ୍କ ସହିତ ବହୁ ଗାଁ ସାଥୀ ବା ମେଟ୍ ଯୋଗଦେଇଥିଲେ ।


