ମୋ ସ୍କୁଲ ଅଭିଯାନ କ୍ରମେ ନିଜେ ପାଠ ପଢିଥିବା ସ୍କୁଲ ନିମନ୍ତେ ଘର ଘର ବୁଲି ପାଣ୍ଠି ସଂଗ୍ରହ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା):ଶିଖାଇଥିଲା ଅ ……….. ଏବେ ଡାକୁଛି ଆ । ଗୁଣେ ଦେଲେ ଦୁଇଗୁଣେ ପାଇବା ଆସ ଆମ ସ୍କୁଲର ସେବା କରିବା ଭଳି ବିଭିନ୍ନ ଡାକରା ଦେଇ ଶନିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପୂରାତନ ଛାତ୍ର ତଥା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନିଜେ ପାଠ ପଢିଥିବା ବିଦ୍ୟାଳୟର ବିକାଶ ନିମନ୍ତେ ଘର ଘର ବୁଲି ପାଣ୍ଠି ସଂଗ୍ରହ କରିଥିବାରୁ ଏହା ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ସୃଷ୍ଟି କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ରେ ଲକ୍ଷଲକ୍ଷ ପୂରାତନ ଛାତ୍ର ସାମିଲ ହୋଇ ନିଜ ନିଜ ସ୍କୁଲ ମାନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରୁଛନ୍ତି । ମୋ ସ୍କୁଲ ଅଭିଯାନ ନୀୟମ ଅନୁସାରେ ପାଣ୍ଠି କୁ ଗୁଣେ ଦେଲେ ସରକାରଙ୍କ ପକ୍ଷରୁ ଦୁଇଗୁଣ ମିଶାଇ ମିଳିବ । ଏହି ଅନୁସାରେ ଖୋଦ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନିଜେ ପାଠ ପଢିଥିବା ରଘୁନାଥପୁର ଉଚ୍ଚ ପ୍ରାଥମିକବିଦ୍ୟାଳୟ ବିକାଶ ନିମନ୍ତେ ପ୍ରାୟ ୩ଶହ ଘର ବୁଲି ମୋ ସ୍କୁଲ ଅଭିଯାନ ନିମନ୍ତେ ୧ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ପାଣ୍ଠି ସଂଗ୍ରହ କରିଛନ୍ତି । ମୋ ସ୍କୁଲ ଅଭିଯାନ ଭଳି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବେହେରା ଘର ଘର ବୁଲି ସ୍କୁଲ ନିମନ୍ତେ ପାଣ୍ଠି ସଂଗ୍ରହ କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି । ବିଧାୟକ ଶ୍ରୀ ବେହେରାଙ୍କ ସହ ଗ୍ରାମ୍ୟ କମିଟି ସଭାପତି ଏନ ଜଗନ୍ନାଥ ରେଡ୍ଡୀ, କମିଟି ସଭ୍ୟ ଆର ହରିବନ୍ଧୁ ରେଡ୍ଡୀ, ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ ଦାଶ , ବିଦ୍ୟାଳୟ କମିଟି ସଭାପତି ଜେ ବଳରାମ ରେଡ୍ଡୀ , ଗୈାରାଙ୍ଗ ସାହୁ , ସିଏଚ ରାମାରାଓ , ବି ସନ୍ତୋଷ ରେଡ୍ଡୀ ଓ ଏନ. ଅନୀଲ ରେଡ୍ଡୀଙ୍କ ସମେତ ବହୁ ଗ୍ରାମବାସୀ, ଗ୍ରାମ୍ୟ କମିଟି ଏବଂ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ