ଥାନା ପରେ ଗଞ୍ଜାମ ଏସ୍‌ପି ଅଫିସ ଘେରିଲା ଭାଜପା

ଛତ୍ରପୁର, (ଦେବଦତ୍ତ ମହାରଣା):ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ଶନିବାର ଗଞ୍ଜାମ ଏସ୍‌ପି ଅଫିସ ଘେରାଉ କରିଥିଲେ। ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଭାଜପା ନିନ୍ଦା କରିଛି। ଏଥିସହ ପୋଲିସ ଅଧିକାରୀଙ୍କ ନାଁରେ ଶୁକ୍ରବାର ଦଳ ପକ୍ଷରୁ ସମସ୍ତ ଥାନାରେ ଏତଲା ଦିଆଯାଇଥିଲା। ତେବେ ପୋଲିସ ମାମଲା ରୁଜୁ କରି ନ ଥିବା ଅଭିଯୋଗ କରି ଭାଜପା କର୍ମକର୍ତ୍ତା ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପି ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏପରିକି ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି। ଏଥିରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ପୂର୍ବତନ ରାଜ୍ୟ ମହିଳା ଭାଜପା ସଭାନେତ୍ରୀ ଜୟନ୍ତୀ ପଢ଼ିହାରୀ, ଭାରତୀୟ ଜନତା ପାର୍ଟି ର ରାଜ୍ୟ ଏସ୍‌ସି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ