ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଜାମଢ଼ିଅ : ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ସମସ୍ୟା ଘେରରେ ଗାଁ । ରାସ୍ତା ନାହିଁ ଦୋଳାରେ ବୁହା ହୁଅନ୍ତି ରୋଗୀ । ପାନୀୟ ଜଳ କହିଲେ ଝରଣାପାଣି । ବାରମ୍ଵାର ଲିଖିତ ଅଭିଯୋଗ ପତ୍ର ଦେଲେ ମଧ୍ୟ ବିଧାୟକ, ସାଂସଦ ଏବଂ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ । ଆମ ଗାଁ ଆମ ବିକାଶର ନାରାଦେଇ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତ ପ୍ରଶାସନ ଜରିଆରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଅନେକ ସ୍ଥାନରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଓ ଆନ୍ତରିକତାର ଅଭାବ ଯୋଗୁଁ ଅଦ୍ୟାବଧି ଅନେକ ଗାଁ ଲୋକେ ରାସ୍ତା, ବିଷୁଦ୍ଧ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ନେଟୱାର୍କ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଏବେ ବି ଅବହେଳିତ ଅବସ୍ଥାରେ ରହିଛି ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତର ଜାମଢିଅ ଗାଁ । ଏଠି ୨୦ ଗୋଟି ଆଦିବାସୀ ଓ ଦଳିତ ପରିବାରର ଲୋକ ବସବାସ କରନ୍ତି । ଲୋକସଂଖ୍ୟା ପ୍ରାୟ ୧୦୦ । ଗାଁକୁ ନାହିଁ ଭଲରାସ୍ତା । ରାସ୍ତା ଏହି ଗ୍ରାମକୁ ସାଜିଛି ମରଣ ଯନ୍ତା। ଏମିତି କି ସାଇକେଲ ଚଲାଇ ନେବା ବି କଷ୍ଟ । ଭଲ ରାସ୍ତା ନଥିବାରୁ ଏମାନେ ସ୍ୱାସ୍ଥ୍ୟସେବା ପାଇଁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ହେଲେ ଅଣ୍ଡିରାଗଡ଼ ଗ୍ରାମଦେଇ ୧୦ କିମି ଯିବାକୁ ପଡେ । ଭତ୍ତା, ଚାଉଳ, କିରୋସିନି ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବାକୁ ହେଲେ ଜିରାଙ୍ଗ ପଞ୍ଚାୟତକୁ ୦୫ କିମି ଘଞ୍ଚ ଜଙ୍ଗଲ ପାହାଡ଼ ଘାଟି ରାସ୍ତା ଦେଇ ହିଁ ଯିବାକୁ ପଡ଼େ । ଗାଁକୁ କେଉଁ ଦିଗରୁ ମଧ୍ୟ ଭଲରାସ୍ତା ନଥିବାରୁ ଗାଁକୁ ଜରୁରୀ କାମରେ ଆସିପାରେନି ଆମ୍ବୁଲାନ୍ସ୍ । ଯାହାଫଳରେ ଗ୍ରାମରେ କାହାର କିଛି ରୋଗ ବ୍ୟାଧି ହେଲେ ସମସ୍ତେ ମିଳିମିଶି ରୋଗୀ ଓ ପ୍ରସୂତି ମହିଳାଙ୍କୁ ଦୋଳାରେ ବୋହି ନିଅନ୍ତି ଡାକ୍ତରଖାନା । ନହେଲେ ଚେରମୂଳି କିମ୍ଵା କବିରାଜର ଭରଷାରେ ଚାଲିଯାଏ ଜୀବନ । ଶିକ୍ଷା ବ୍ୟବସ୍ଥା ନଥିବା ହେତୁ କୋମଳମତି ଶିଶୁମାନେ ପାହାଡ଼ ଜଙ୍ଗଲ, ଘାଟି ମଧ୍ୟରେ ୦୬ କିମି ଅଣ୍ଡିରାଗଡ ଗ୍ରାମ ନଚେତ ବାହାଡାପଦା ୦୩ କିମି ରାସ୍ତା ଅତିକ୍ରମ କରି ଏହି ଗାଁରେ ପାନୀୟ ଜଳ ପାଇଁ ୩ଟି ନଳକୂପ ଥିଲେ ମଧ୍ୟ ସେଥିରୁ ଗୋଳିଆ ଓ କଳଙ୍କି ଯୁକ୍ତ ପାଣି ବାହାରୁଥିବାରୁ ବ୍ୟବହାର କଲେ ଦାନ୍ତ ଓ ନଖ କଳା ହୋଇଯାଉଥିବା ବେଳେ ଖାଦ୍ୟ ରୋଷେଇ କଲେ ତାହା ଖରାପ ହୋଇଯାଉଥିବା କହିଛନ୍ତି ଗ୍ରାମବାସୀ । ଚାଷ କ୍ଷେତରେ ଭୂମି ଠାରୁ ଅଳ୍ପ ଉଚ୍ଚତାରେ ଗୋଟିଏ ପରିତ୍ୟକ୍ତ କୂଅ ଥିବା ବେଳେ ତାହା ବି ପାନୀୟ ଜଳ ରୂପେ ବ୍ୟବହାର ହୋଇପାରୁନାହିଁ । କାରଣ ପଞ୍ଚାୟତ ତରଫରୁ କୂଅଟିର ମରାମତି କରାଯାଉନଥିବା ଯୋଗୁଁ କେତେବେଳେ ତାହା ଭୁଶୁଡ଼ି ପଡି ଧନ ଜୀବନହାନି ଘଟିବାର ସମ୍ଭାବନା ରହିଛି । ତେଣୁ ଗାଁ ଠାରୁ ଅଧା କିମି ଦୂରରେ ଥିବା ନାଳ ପାଣିକୁ ପାନୀୟ ଜଳ ରୂପେ ଲୋକେ ବ୍ୟବହାର କରିବା କୁ ବାଧ୍ୟ ହେଉଛନ୍ତି । ଗ୍ରାମରେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି ହେଲେ ବିଦ୍ୟୁତ ସଂଯୋଗୀକରଣ ହୋଇନି। ଏଣୁ କୋମଳମତି ଶିଶୁ ଓ ଛାତ୍ରଛାତ୍ରୀମାନେ ଡିବିରି ଆଲୁଅରେ ପାଠ ପଢୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ