’ଆମେରିକା ଦେଖିବ ୧ ଲକ୍ଷ ମୃତ୍ୟୁ’

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାର ତାଣ୍ଡବ ଜାରି ରହିଥିବା ବେଳେ ୟୁରୋପ ଓ ଆମେରିକାରେ ସ୍ଥିତି ଅଣାୟତ୍ତ ରହିଛି । ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୧୪୨୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃ୍ତ୍ୟୁସଂଖ୍ୟା ୬୬ ହଜାର ୫୦୦ ରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେ ଅନେକ ଲୋକଙ୍କ ଜୀବନ ରକ୍ଷା କରିଛୁ । ଆମେରିକାରେ ପ୍ରାୟ ୧ ଲକ୍ଷ ଲୋକଙ୍କ ମୃତ୍ୟୁଘଟିପାରେ ବୋଲି ଟ୍ରମ୍ପ ଆଶଙ୍କା ବ୍ୟକ୍ତ କରିଛନ୍ତି । ପୂର୍ବରୁ ମୃତ୍ୟୁସଂଖ୍ୟା ୭୦,୦୦୦ ଭିତରେ ରହିବ ବୋଲି କହୁଥିବା ଟ୍ରମ୍ପ ଏବେ ତାଙ୍କ ମତ ବଦଳାଇଛନ୍ତି । ମୃତ୍ୟୁ ସଂଖ୍ୟା ୬୫ ହଜାର ଟପିବା ପରେ ଟ୍ରମ୍ପ ଏହି ମତ ରଖିଛନ୍ତି । ଅନ୍ୟ ପକ୍ଷରେ ରୁଷରେ ପୁଣି ଲଗାତର ଦ୍ୱିତୀୟ ଦିନରେ ୧୦ ହଜାର ୬୩୩ ନୂଆ ମାମଲା ରେକର୍ଡ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ