ସାମ୍ବାଦିକ ଅର୍ଧେନ୍ଦୁ ଦାଶ ଙ୍କୁ ଗିରଫ କୁ ଉତ୍କଳ ସାମ୍ବାଦିକ ସଙ୍ଘ ର ନିନ୍ଦା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗତ କାଲି ବଡ଼ ଖବର ଟିଭି ଚାନେଲ କାର୍ଯ୍ୟାଳୟରେ ଇ ଓ ଡବ୍ଲୁ ର ଆକ୍ରୋଶମୂଳକ ଭାବେ ଚଡଉ ଘଟଣା ପରେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ମୁହଁ ଚାପି ଠେଲାପେଲା କଲେ ତଦନ୍ତ ଅଧିକାରୀ, ସେ ଶ୍ରୀମନ୍ଦିର କଥା ଉଠାଇଥିବାରୁ ଏହା ଏକ ଯୋଜନା ଵଧଷଡ଼ଯନ୍ତ୍ର କରି ତାଙ୍କୁ ଗିରଫ କରାଯାଇଛି । ଅର୍ଦ୍ଧେନ୍ଦୁ ଦାସଙ୍କୁ ରାତି ଅଧିଆ ଗିରଫ କରିବା ସହ ଜଣେ ଟିଭି ଚ୍ୟାନେଲ ସମ୍ପାଦକଙ୍କ ପ୍ରତି ଇ ଓ ଡବ୍ଲୁ ର ଅଧିକାରୀ ମାନଙ୍କ କ୍ରିମିନାଲ ଭଳି ବ୍ୟବହାର କରିବା ଅସୌଜନ୍ୟ ବ୍ୟବହାର କରିବା ଘଟଣା ଅତି ନନ୍ଦନୀୟ l ନିର୍ଭୀକତାର ସହ ଖବର ପରିବେଷଣ କରି ଦୁର୍ନୀତିକୁ ପଦାକୁ ଆଣିବା ପାଇଁ ଅହ ରହ ଚେଷ୍ଟା କରୁଥିବା ଏବଂ ଯେ କୌଣସି ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡ଼ିଆର ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ଆଗଭର ହୋଇ ଆଗେଇ ଆସୁଥିବା ବଡ଼ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୁଦ୍ଧରେ ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର ଏବଂ ଚତୁର୍ଥ ସ୍ତମ୍ଭର କଣ୍ଠ ରୋଧ କରିବା ପାଇଁ କରାଯାଉଥିବା ହୀନ ଚକ୍ରାନ୍ତକୁ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅନିଲ ପଟନାୟକ ଓ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ଜିଲ୍ଲା ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିବସ ଭାବେ ବିବେଚନା କରାଯିବ ବୋଲି ଉତ୍କଳ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ମତବ୍ୟକ୍ତ କରିବା ସହ ଓଡିଶା ପୋଲିସ ର ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ