ଯୁବ ଅଫିସର ଙ୍କ ପାଇଁ ଫାଉଣ୍ଡେସନ କୋର୍ସ ଉଦ୍ଘାଟନ କଲେ କୌଶଳ ମନ୍ତ୍ରୀ
କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ଭାବେ ଆରମ୍ଭ ହୋଇଥିବା ଇଣ୍ଡିଆନ ସ୍କିଲ ଡେଭେଲପମେଂଟ ସର୍ଭିସେସ (ଆଇଏସଡିଏସ) ରେ ଯୋଗ ଦେଇଥିବା ପ୍ରଥମ ବ୍ୟାଚ ଅଫିସର ମାନଙ୍କ ପ୍ରଶିକ୍ଷଣ ମହିସୁର ସ୍ଥିତ ଆଡମିନିଷ୍ଟ୍ରେଟିଭ ଟ୍ରେନିଂ ଇନଷ୍ଟିଚ୍ୟୁଟ ଠାରେ ଆରମ୍ଭ ହୋଇଛି । ଏହି ଗ୍ରୁପ ଏ ସର୍ଭିସ କେନ୍ଦ୍ର ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ ମନ୍ତ୍ରାଳୟର ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ ଦ୍ୱାରା ଆରମ୍ଭ କରାଯାଇଛି । ୟୁପିଏସସି ଦ୍ୱାରା ଆୟୋଜିତ ଇଣ୍ଡିଆନ ଇଂଜିନିୟରିଂ ସର୍ଭିସ ପରିକ୍ଷାରୁ ଏହି ବ୍ୟାଚ ଆଇଏସଡିଏସ କ୍ୟାଡର ରେ ଯୋଗ ଦେଇଛନ୍ତି । ଆଇଏସଡିଏସ ଅଧିକାରୀ ଭାବେ ଯୁବ ପ୍ରତିଭା ମାନଙ୍କୁ ସାମିଲ କରିବା କେନ୍ଦ୍ର ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ ମନ୍ତ୍ରାଳୟର ଏକ ବିଶେଷ ପ୍ରୟାସ ଯାହା ଦେଶରେ କୌଶଳ ବିକାଶ ପ୍ରଣାଳୀ କୁ ମଜୁଭୁତ କରିବାରେ ସହାୟତା କରିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଯୁବ ଏବଂ ପ୍ରତିଭାଶାଳୀ ପ୍ରଶାସକ ମାନଙ୍କୁ ଦେଶରେ କୌଶଳ ବିକାଶ ବାତାବରଣରେ ସାମିଲ କରିବ । କେନ୍ଦ୍ର ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ ମନ୍ତ୍ରୀ ଡଃ ମହେନ୍ଦ୍ରନାଥ ପାଣ୍ଡେ ଏହି ନୂଆ ସେବା ସମ୍ପର୍କରେ କହିଛନ୍ତି, “ଏହି ସେବା ସରକାରଙ୍କ କୌଶଳ ବିକାଶ ପ୍ରୟାସକୁ ଆଗକୁ ବଢାଇନେବ ଏବଂ ବିଭିନ୍ନ ଯୋଜନା କୁ ରୂପାନ୍ତରିତ କରିବାରେ ସହାୟକ ହେବ । ଆଗାମୀ ବର୍ଷ ଗୁଡିକରେ ମନ୍ତ୍ରାଳୟ ପ୍ରଶିକ୍ଷିତ ପ୍ରଶାସକଙ୍କ କାର୍ଯ୍ୟବଳ ନିର୍ମାଣ କରିବାରେ ସକ୍ଷମ ହେବା ସହ ସ୍କିଲ ଇଣ୍ଡିଆ ମିଶନର ଲକ୍ଷ ପୁରଣ କରିପାରିବ ।” ଭାରତରେ କୌଶଳ ବିକାଶ ପାଇଁ ପ୍ରଶାସନିକ ପ୍ରଶିକ୍ଷଣ ମହତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ କୌଶଳ ବିକାଶକୁ ପ୍ରାଧାନ୍ୟ ଦିଆ ଯାଉଛି । ଏହାଦ୍ୱାରା ଭାରତ ଏବଂ ବିଦେଶ ପାଇଁ ମାନବ ସଂସାଧାନର ବ୍ୟବସ୍ଥା କରାଯାଇପାରିବ । ଆଇଏସଡିଏସ ପାଇଁ ସାରା ଦେଶରେ ୨୬୩ ଟି ପୋଷ୍ଟ ଅଛି । ଏହି କାଡରେରେ ସିନିୟର ଆଡ୍ମିନିଷ୍ଟ୍ରେଟିଭ ଗ୍ରେଡ୍ର ୩ ଟି ପୋଷ୍ଟ, ଜୁନିୟର ଆଡ୍ମିନିଷ୍ଟ୍ରେଟିଭ ଗ୍ରେଡ୍ରେ ୨୮ ପୋଷ୍ଟ, ସିନିୟର ଟାଇମ ସ୍କେଲରେ ୧୨୦ଟି ପୋଷ୍ଟ ଏବଂ ଜୁନିୟର ଟାଇମ ସ୍କେଲରେ ୧୧୨ ଟି ପୋଷ୍ଟ ଅଛି । ଡାଇରେକ୍ଟର ଜେନେରାଲ ଟ୍ରେନିଂ (ଡିଜିଟି) ର ମହାନିର୍ଦ୍ଦେଶକ ରାଜେଶ ଅଗ୍ରୱାଲ ଉଦ୍ବୋଧନ ଦେଇ କହିଛନ୍ତି, “ ଆମର ବିଶ୍ୱାସ ନୂଆ ଅଧିକାରୀ ମାନଙ୍କ ପ୍ରତିଭା ଏବଂ ନୂତନ ବିଚାର ଦେଶର କୌଶଳ ପ୍ରଣାଳୀ ରେ ବଡ ପରିବର୍ତନ ଆଣି ଏହାକୁ ସଶକ୍ତ କରିପାରିବ ।” ଏହି ପ୍ରଶିକ୍ଷଣରେ କୌଶଳ ନିମନ୍ତେ ପ୍ରବନ୍ଧନ ଓ ପ୍ରଶାସନର ସମ୍ପୁର୍ଣ୍ଣ ଅବଲୋକନ କରାଯିବ । ଅଫିସର ମାନଙ୍କୁ କୌଶଳ ସମ୍ବନ୍ଧରେ ଜ୍ଞାନ ଦେବା ପାଇଁ ଏହି କୋର୍ସ ପରେ ଫାଉଣ୍ଡେସନ କୋର୍ସ ଏବଂ ଅନ୍ୟାନ୍ୟ ପ୍ରଶିକ୍ଷଣ ଦିଆଯିବ ।


