ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରୀୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଏହାକୁ ଉଦଘାଟନ କରି ରେଡକ୍ରସ ସ୍ଵେଚ୍ଛାସେବୀ ହୋଇ ସେବା କରିବା ଏକ ଗୌରବର କଥା ବୋଲି କହିଥିଲେ | ଜ଼ିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବି.ଗୋବିନ୍ଦ ରାଓ ରେଡ଼କ୍ରସ ଇତିହାସ ଏବଂ ଏହାର ସାତଟି ମୌଳିକ ନୀତି ସମ୍ପର୍କରେ ପିଲା ମାନଙ୍କୁ ବୁଝାଇଥିଲେ | କାର୍ଯ୍ୟକ୍ରମ ଶେଷରେ ମହିଳା ଯୁବରେଡକ୍ରସ ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ