ଯୋଡା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୭୫ ବ୍ୟାଚର ବନ୍ଧୁମିଳନ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ସହରର ପଶ୍ଚିମ ଯୋଡାସ୍ଥିତ ଯୋଡା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୭୫ ବ୍ୟାଚ ପୂରାତନ ଛାତ୍ରୀଛାତ୍ରଙ୍କର ଲାଓ ପ୍ୟାଲେସ ହୋଟେଲଠାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂରାତନ ଛାତ୍ର ତଥା ଯୁବ ସଂଗଠକ ମାନସ ଦାସ ମଂଚ ପରିଚାଳନା କରିଥିଲେ । ଏହି ବନ୍ଧୁ ମିଳନ ଉତ୍ସବରେ ସୁଦୂର ବାଙ୍ଗାଲର, ଜବଲପୁର, ଦାମନଯୋଡି ଠାରୁ ଆସି ପୂରତାନ ଛାତ୍ରୀଛାତ୍ରମାନେ ଯୋଗ ଦେଇଥିଲେ । ପୂରାତନ ଛାତ୍ର ଆଶିଷ ଚୈତନ୍ୟ ଜବଲପୁର ନିକଟସ୍ଥ ଏକ ଗ୍ରାମରେ ଏକ ଆଶ୍ରମ ସ୍କୁଲ ପ୍ରତିଷ୍ଠା କରି ଗରିବ ଛାତ୍ରୀଛାତ୍ରମାନଙ୍କୁ ନିଃଶୁଳ୍କ ଖାଦ୍ୟ ପେୟର ବ୍ୟବସ୍ଥା କରିବା ସହିତ ଶିକ୍ଷାଦାନ ମଧ୍ୟ କରିଛନ୍ତି । ଏକତ୍ରିତ ହୋଇଥିବା ପ୍ରାୟ ୪୦ ଛାତ୍ରୀଛାତ୍ର ଆର୍ôଥକ ରାଶି ଜମା କରି ଉକ୍ତ ଆଶ୍ରମ ସ୍କୁଲର ପରିଚାଳନା ପାଇଁ ଦାନ କରିଥିଲେ । ପୂରାତନ ଛାତ୍ରୀଛାତ୍ରମାନେ ପୂର୍ବତନ ତଥା ବରିଷ୍ଠ ପ୍ରଧାନ ଶିକ୍ଷକ ସୋମନାଥ ମହାନ୍ତଙ୍କୁ ତାଙ୍କ ବାସଭବନରେ ଭେଟି ଆଶିର୍ବାଦ ଭିକ୍ଷା କରିଥିଲେ । ଏହି ବନ୍ଧୁମିଳନରେ ପୂରାନତ ଛାତ୍ରୀ ସ୍ୱପ୍ନା ସାମଲ, ସ୍ୱପ୍ନା ଭୌମିକ, ଗୀତା ସାହୁ, ଛାତ୍ର ବିକାଶ ରଂଜନ ମହାନ୍ତି, ସତ୍ୟରଂଜନ ମହାନ୍ତି, ସଂଜୟ ରାଉତ, ମନୋଜ ଦାସ, ଅଶୋକ ଦାସ ପ୍ରମୁଖ ଯୋଗ ଦେଇଥିଲେ ।


