କରୋନା ମୁକାବୁଲାରେ ସହାୟତା କରିବେ ଏନ୍.ଜି.ଓ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମୁକାବୁଲା ପାଇଁ ବନ୍ତ ବ୍ଲକର ୬ଟି ଏନ୍.ଜି.ଓଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଦାୟୀତ୍ୱ ପ୍ରଦାନ କରାଯାଇଛି । କରୋନା ସଂପର୍କରେ ସଚେତନ କରିବା, ରିଲିଫ, ପିଡିଏସ୍ ବଣ୍ଟନରେ ସହାୟତା କରିବା, ସରକାରୀ କାର୍ଯ୍ୟକ୍ରମରେ ସହାୟତା, ମାଗଣା ରନ୍ଧା ଖାଦ୍ୟ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନାରେ ସହଯୋଗ କରିବା ଆଦି ଦାୟୀତ୍ୱ ଏନ୍.ଜି.ଓ ମାନଙ୍କୁ ଦିଆଯାଇଛି । ଗୋପିନାଥପୁରସ୍ଥିତ ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ଏନ୍.ଜି.ଓକୁ ଗୋପିନାଥପୁର, ବଡମହିଷଗୋଠ, ଚାରିଗାଁ, ଅଣିଜୋ, ବିଟିପୁର, ପୁରୁଷଣ୍ଢ, ମହାନ୍ତିପଡା, ବଡବର୍ଚ୍ଚିକୟାଁ, ତୋଡଗାଁସ୍ଥିତ ମିରାକଲ୍ ଏନ.ଜି.ଓକୁ ତୋଡଗାଁ, ଗୋବିନ୍ଦପୁର, ଷେଣ୍ଢତୀରା, ନିଳୋକ, ବନ୍ତସ୍ଥିତ ଡି.ଡବ୍ଲ୍ୟୁ.ଡବ୍ଲ୍ୟୁ.ସି ଏନ୍.ଜି.ଓକୁ ବସନ୍ତିଆ, ପଧାନପଡା, ଟିଲୋ, ବନ୍ତ, ରାମଚନ୍ଦ୍ରପୁର, ବିଶଲକଣାସ୍ଥିତ ଦିଶା ଏନ୍.ଜି.ଓକୁ କାଦବରାଙ୍ଗ, ଓଡଙ୍ଗ, ଗଣିଜାଙ୍ଗ, ଆଡିଆ, ରାମକୃଷ୍ଣପୁରସ୍ଥିତ ଉଷା ଏନ୍.ଜି.ଓକୁ ରାମକୃଷ୍ଣପୁର, ଛୟାଳସିଂ, କେନ୍ଦୁଆପଦାସ୍ଥିତ ହ୍ୟାପି କ୍ଲବକୁ କେନ୍ଦୁଆପଦା, ରାମପୁର ଆଦି ପଞ୍ଚାୟତର ଦାୟୀତ୍ୱ ପ୍ରଦାନ କରାଯାଇଥିବା ଜଣାଯାଇଛି ।


