ରକ୍ତଦାନ ଶିବିର
ପାରାଦୀପ, (ପିତବାସ ପ୍ରଧାନ): ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆହ୍ୱାନ କମ୍ବାଇନ୍ସର ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ନୂତନ ବର୍ଷକୁ ସ୍ବାଗତ ଜଣାଇ ଏହି ରକ୍ତ ଦାନ ଶିବିରକୁ ଆୟୋଜନ କରାଯାଇ ଥିଲା।ଏହି ଶିବିରରେ ମୋଟ ୧୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ମୁଖ୍ୟ ଅତିଥି ଭାବେର ପାରାଦ୍ୱୀପ ବନ୍ଦରର ମୁଖ୍ୟ ଅର୍ଥ ପରାମର୍ଶ ଦାତା ଶ୍ରୀ ଧିରେନ୍ଦ୍ରନାଥ ଲୋଧି,କୁଜଙ୍ଗ ଫରେଷ୍ଟ ରେଞ୍ଜର ଶ୍ରୀ ମାନସ ରଞ୍ଜନ ଦାସ,ବନ୍ଦର ମୁଖ୍ୟ ଯନ୍ତ୍ରୀ ଶ୍ରୀ ବ୍ରଜ ବିହାରୀ ମିଶ୍ର,ବନ୍ଦର ସହକାରୀ ଟ୍ରାଫିକ୍ ମ୍ୟାନେଜର ଶ୍ରୀ କେ ରବି କୁମାର,ଶ୍ରୀ ରାକେଶ ପଟ୍ଟନାୟକ,ଶ୍ରୀ ନୃସିଂହ ଶତପଥୀ , ଶ୍ରୀ ପ୍ରଶାନ୍ତ ମହାରଣା,ଶ୍ରୀ ବସନ୍ତ ବିଶ୍ବାଳ ପ୍ରମୁଖ ଅତିଥୀ ଭାବେ ଯୋଗଦେଇ ଆହ୍ବାନ କମ୍ବାଇନ୍ସର ସଦସ୍ଯ ମାନଙ୍କୁ ଉତ୍ସାହିତ କରିଥିଲେ।