ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆଂଚଳିକ ନିର୍ଦ୍ଦେଶକଙ୍କୁ ଅଭିଯୋଗ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଆଂଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଶୁକ୍ରବାର ଲିଖିତ ଭାବେ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିକାଶ କୁମାର ନାୟକ, ସ୍ମୃତି ରଂଜନ ଜେନା, ନିଗମା ନନ୍ଦ ସ୍ୱାଇଁ, ଆଶୁତୋଷ ପରିଡା, ଅମରଦୀପ ରଣା, ସାଗର ଖୁଂଟିଆ ଆଦି ଏହି ଅଭିଯୋଗ ପତ୍ରକୁ ପ୍ରଦାନ କରିଥିବା ଜଣାଯାଇଛି । ମହାବିଦ୍ୟାଳୟର ଶ୍ରେଣୀଗୃହ, ଆବଶ୍ୟକୀୟ ପାଠ୍ୟ ପୁସ୍ତକ, ଖେଳ ପଡିଆ, ସାଇକେଲ ଷ୍ଟାଣ୍ଡ, ବାଳକ ମାନଙ୍କ ସାଧାରଣ ପ୍ରକୋଷ୍ଟ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରିଶ୍ରାଗାରର ସମସ୍ୟା ରହିଛି । ଏ ବିଷୟରେ ବାରମ୍ବାର ଅଧ୍ୟକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏପରିକି ମହାବିଦ୍ୟାଳୟକୁ ଅଣଛାତ୍ର ପ୍ରବେଶ କରି ବିଭିନ୍ନ ବାହାନା ଦେଖାଇ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଖରାପ ରାସ୍ତା ଆପଣେଇବାକୁ ବାଧ୍ୟ କରୁଛନ୍ତି । ମହାବିଦ୍ୟାଳୟରେ ପରୀକ୍ଷା ଅଳ୍ପ ଦିନ ଥିବା ବେଳେ ମହାବିଦ୍ୟାଳୟ ପରିସରରେ କୌଣସି ବାର୍ଷିକ ଉତ୍ସବ ନକରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ଅଭିଯୋଗର ନକଲ କପି ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ନିକଟକୁ ପଠାଯାଇଛି । ଏ ବିଷୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଚାଇନା ପ୍ରଧାନଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ